ମୋର ଯାହା ଇଚ୍ଛା ମୁଁ ପିନ୍ଧିବି – ଉର୍ଫି

ମୁମ୍ବାଇ: ମୋର ଯାହା ଇଚ୍ଛା ମୁଁ ପିନ୍ଧିବି, ସମ୍ବିଧାନରେ ମନାଅଛି କି? ପୋଷାକକୁ ନେଇ ମୁମ୍ବାଇ ପୁଲିସ ଉର୍ଫି ଜାଭେଦଙ୍କୁ ନୋଟିସ ପଠାଇବା ପରେ ଏଭଳି ପ୍ରଶ୍ନ କରିଛନ୍ତି ଉର୍ଫି। ମୁମ୍ବାଇ ପୁଲିସକୁ ସେ କହିଛନ୍ତି ଯେ, ସେ ଏକ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଏବଂ ଏହା ଅପରାଧ ନୁହେଁ। ବିଗ୍ ବସ୍ ଓଟିଟିରୁ ଲୋକପ୍ରିୟ ହୋଇଥିବା ପ୍ରତିଯୋଗୀ ଉର୍ଫି ଜାଭେଦ ପରେ ନିଜ ପୋଷାକର ଡିଜାଇନକୁ ନେଇ ଲାଇମଲାଇଟକୁ ଆସିଥିଲେ। ଏଥିପାଇଁ ପ୍ରଶଂସା ମିଳିଥିବା ସହ ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡ଼ିଛି।

ସୂଚନା ମୁତାବକ, ବିଜେପି ନେତ୍ରୀ ଚିତ୍ରା ବାଗ୍ ପ୍ରଥମେ ଉର୍ଫିଙ୍କ ପୋଷାକ ମୁମ୍ବାଇର ବାତାବରଣକୁ ଖରାପ କରୁଛି ବୋଲି ଅଭିଯୋଗ ଆଣି ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ମହିଳା ଆୟୋଗ ସେତେଟା ଗୁରୁତ୍ବ ନଦେବାରୁ ସେ ମୁମ୍ବାଇ ପୁଲିସ୍‌ ନିକଟକୁ ଯାଇଥିଲେ। ମୁମ୍ବାଇର ଅମ୍ବୋଲି ପୁଲିସ୍‌ ଉର୍ଫିଙ୍କୁ ନୋଟିସ୍‌ ପଠାଇ ଡକାଇବା ପରେ ଉର୍ଫି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, “ମୁଁ ଜଣେ ସ୍ବାଧୀନ ବ୍ୟକ୍ତି, ସୁଟିଂ ପାଇଁ ମୁଁ କିଛି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ପସନ୍ଦ କରେ। ଏହା ସମ୍ବିଧାନରେ ଅପରାଧ ନୁହେଁ। ଯେତେବେଳେ ମୁଁ ଏଭଳି କିଛି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧି ସୁଟିଂ ପାଇଁ ବାହାରକୁ ଯାଏ, ଫଟୋଗ୍ରାଫର ମୋତେ ଖୋଜି ମୋର ଫଟୋ ଉଠାନ୍ତି କରେ, ଯାହା ପରେ ଭାଇରାଲ୍ ହୁଏ। ମୁଁ ମୋ ଫଟୋକୁ ଭାଇରାଲ୍ କରେ ନାହିଁ।”

Related Articles

Back to top button