ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଳୀ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଅଗ୍ନିବୀର ବାୟୁ ନିଯୁକ୍ତି ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଅଫିସିଆଲ ସାଇଟ agnipathvayu.cdac.in କୁ ଯାଇ ଫଳାଫଳ ଯାଞ୍ଚ୍‌ କରିପାରିବେ।
ବାୟୁସେନା ଦ୍ୱାରା ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୨୪ ଜୁଲାଇ ୨୦୨୨ରୁ ଜୁଲାଇ ୩୧ ୨୦୨୨ ପର୍ଯ୍ୟନ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ସଫଳ ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଡକାଯିବ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୧ ଡିସେମ୍ବର ୨୦୨୨ରେ ଅନୁଷ୍ଠିତ ହେବ।
ସୂଚନା ଅନୁଯାୟୀ, ଏହି ନିଯୁକ୍ତି ପାଇଁ ୭ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ବାୟୁସେନାରେ ସମୁଦାୟ ୩୫୦୦ ପୋଷ୍ଟ ପାଇଁ ପ୍ରାର୍ଥୀଙ୍କୁ ଭର୍ତ୍ତି କରାଯିବ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୨୪ ଜୁନ ୨୦୨୨ରୁ ଆରମ୍ଭ ହୋଇ ଜୁଲାଇ ୫ ପର୍ଯ୍ୟନ୍ତ ଚାଲିଥିଲା।

Related Articles

Back to top button