ସୀମାରେ ଉଡ଼ିଲା ଭାରତୀୟ ଲଢ଼ୁଆ ବିମାନ; ଚୀନ ଉପରେ ଯବାନଙ୍କ ଆଖି

ନୂଆଦିଲ୍ଲୀ:  ଭାରତ-ଚୀନ ସେନା ମୁହାଁମୁହିଁ ହେବା ପରେ ଭାରତୀୟ ସେନା ସଜାଗ ହୋଇଥିବା ଦେଖିବାକୁ ମିଳିଛି । ଶତ୍ରୁକୁ ମାତ୍‌ ଦେବାକୁ ଭାରତ ଚଳାଇଛି ରଣ କୌଶଳ । ବାୟୁସେନା ପକ୍ଷରୁ ସୀମାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଅରୁଣାଚଳ ପ୍ରଦେଶ ସୀମାରେ ବାୟୁସେନା ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ, ପଇଁତରା ମାରୁଛି ଆଇଏଏଫ୍‌ ଲଢ଼ୁଆ ବିମାନ ।

ଚୀନ ଦ୍ୱାରା ବାୟୁ ସୀମା ଉଲ୍ଲଂଘନ କରାଯିବାକୁ ନେଇ ଭାରତୀୟ ସେନା ଆଶଙ୍କା କରୁଥିବାରୁ ପଦକ୍ଷେପ ଗ୍ରହଣ କରିଛି ଭାରତ । ଏନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତ ସଜାଗ ରହିଛି । ଚୀନର ଅନୁପ୍ରବେଶକୁ କଡ଼ା ନଜର ରଖିଛି । ଶତ୍ରୁ ପକ୍ଷକୁ କଡ଼ା ଜବାବ ଦେବାକୁ ବାୟୁସେନା ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଚୀନର ସୈନିକ ମାନେ ଏଲଏସି ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ, ଏବଂ ଏଲଏସିରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରାଯାଇଥିଲା । ଯାହାକୁ ଆମର ଭାରତୀୟ ଯବାନ ମାନେ କଡ଼ା ବିରୋଧ କରିଥିଲେ । ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲା ।

ଫଳରେ ଉଭୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ବିବୃତି ରଖିଛନ୍ତି । ତାଙ୍କ ବିବୃତିରେ ଆହୁରି ମଧ୍ୟ କହିଛନ୍ତି ଆମ ସେନା ସବୁବେଳେ ସଜାଗ ରହିଛି । ଭାରତୀୟ ଯବାନ ମାନଙ୍କ ଦୃଢ଼ ପଦକ୍ଷେପ ଚୀନ ସୈନିକ ମାନଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା ବେଲି ରାଜନାଥ କହିଛନ୍ତି ।

Related Articles

Back to top button