୩,୯୦୦ କର୍ମଚାରୀ ଛଟେଇ କରିବ ଆଇବିଏମ୍‌

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ, ଗୁଗଲ୍‌, ଆମାଜନ, ସ୍ବିଗି ଭଳି ଏବେ ଆଇବିଏମ୍‌ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ୩,୯୦୦ କର୍ମଚାରୀଙ୍କୁ ହଟାଇବ। ତେବେ ବାର୍ଷିକ ନଗଦ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଆଇବିଏମ୍‌ କହିିଛି।

ଜାନୁୟାରୀ-ମାର୍ଚ୍ଚ ମାସରେ କମ୍ପାନୀର କିଣ୍ଡ୍ରେଲ ବ୍ୟବସାୟର ସ୍ପିନ୍‌ଅଫ୍‌ ଏବଂ ଏଆଇ ୟୁନିଟ୍‌ ଓ୍ବାଟସନ ହେଲ୍ଥର ଏକ ଅଂଶ ଉପରେ ୩୦୦ ମିଲିୟନ ଡଲାର ଚାର୍ଜ ହେତୁ ଏହି ଛଟେଇ କରାଯାଉଛି। ଏସବୁ ସତ୍ତ୍ୱେ କମ୍ପାନୀ କ୍ଲାଏଣ୍ଟ ସମ୍ପର୍କିତ ଆର୍‌ ଆଣ୍ଡ ଡି ଅନୁଯାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନୀ ସିଏଫ୍‌ଓ ଜେମ୍ସ କଭନା କହିଛନ୍ତି।

ନୂଆଦିଲ୍ଲୀ,୨୬।୧: ମାଇକ୍ରୋସଫ୍ଟ, ଗୁଗଲ୍‌, ଆମାଜନ, ସ୍ବିଗି ଭଳି ଏବେ ଆଇବିଏମ୍‌ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ୩,୯୦୦ କର୍ମଚାରୀଙ୍କୁ ହଟାଇବ। ତେବେ ବାର୍ଷିକ ନଗଦ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଆଇବିଏମ୍‌ କହିିଛି।

ଜାନୁୟାରୀ-ମାର୍ଚ୍ଚ ମାସରେ କମ୍ପାନୀର କିଣ୍ଡ୍ରେଲ ବ୍ୟବସାୟର ସ୍ପିନ୍‌ଅଫ୍‌ ଏବଂ ଏଆଇ ୟୁନିଟ୍‌ ଓ୍ବାଟସନ ହେଲ୍ଥର ଏକ ଅଂଶ ଉପରେ ୩୦୦ ମିଲିୟନ ଡଲାର ଚାର୍ଜ ହେତୁ ଏହି ଛଟେଇ କରାଯାଉଛି। ଏସବୁ ସତ୍ତ୍ୱେ କମ୍ପାନୀ କ୍ଲାଏଣ୍ଟ ସମ୍ପର୍କିତ ଆର୍‌ ଆଣ୍ଡ ଡି ଅନୁଯାୟୀ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନୀ ସିଏଫ୍‌ଓ ଜେମ୍ସ କଭନା କହିଛନ୍ତି।

Related Articles

Back to top button