କୋଭିଡ ପରେ ବଢ଼ୁଥିବା ଅଚାନକ ମୃତ୍ୟୁ ଉପରେ ଆଇସିଏମଆର କରୁଛି ବଡ଼ ଗବେଷଣା
କୋଭିଡ ପରେ ଦୁନିଆରେ ବିଶେଷକରି ଯୁବକଙ୍କ ଅଚାନକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇସିଏମଆର ବଡ଼ ମହତ୍ୱପୂର୍ଣ୍ଣ ଅଧ୍ୟୟନ ଆରମ୍ଭ କରିଛି । ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବହଲ କୋଭିଡ ସଂକ୍ରମଣରୁ ଭଲ ହେବା ପରେ ୧୮ ରୁ ୪୫ ବର୍ଷ ବୟସର ଲୋକଙ୍କର ହେଉଥିବା ମୃତ୍ୟୁ ଉପରେ ଗବେଷଣା ଜାରି ରଖିଛନ୍ତି । ଗୁଜୁରାଟ ଗାନ୍ଧିନଗର ଠାରେ ଆରମ୍ଭ ହେବାକୁ ଯାଉଛି ଗ୍ଲୋବାଲ ମେଡିସିନ ସମିଟ୍ । ଏହି ଅବସରରେ ଏକ ସାକ୍ଷାତକାର ଦେଇ ବହଲ ଏହା କହିଛନ୍ତି ।
ପ୍ରଥମତଃ କୋଭିଡ-୧୯ ର ପ୍ରକୋପର କାରଣ ବୁଝିବା ଓ ଦ୍ୱିତୀୟରେ ଅଚାନକ ମୃତ୍ୟୁର କାରଣ ଖୋଜିବା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବହଲ କହିଛନ୍ତି । ଅଚାନକ ମୃତ୍ୟୁ ଅର୍ଥ ବ୍ୟକ୍ତି କୌଣସି ଅସୁସ୍ଥ କିମ୍ବା ରୋଗର ସୂଚନା ନଥାଇ ହଠାତ ମ ୃତ୍ୟୁ ହେବା ପଛର କାରଣ ପରୀକ୍ଷା ପାଇଁ ଆଇସିଏମଆର ୫୦ ଏଭଳି ଶବ ପରୀକ୍ଷା କରିଛି ।
ଆଗାମୀ ଦିନରେ ଏପରି ୧୦୦ ଶବର ପରୀକ୍ଷା କରିବାକୁ ଆଇସିଏମଆର ଲକ୍ଷ୍ୟ ରଖିଛି । ଯେବେ ଏହି ଶବ ପରୀକ୍ଷାର ଫଳାଫଳ ପୂର୍ବ କୋଭିଡ ବର୍ଷର ଫଳାଫଳ ସହ ତୁଳନା କରାଯାଏ,ତେବେ କୌଣସି ଏକ ଫଳାଫଳ ମିଳିବା ନେଇ ଆମେ ଆଶାବାଦୀ ବୋଲି ବହଲ କହିଛନ୍ତ ।
ମାନବ ଶରୀର ମଧ୍ୟରେ କିଛି ପରିବର୍ତ୍ତନ ହୋଇଛି କି ? ଯାହା କୋଭିଡ ପରେ ଅଚାନକ ଯୁବକଙ୍କ ଠାରେ ଦେଖାଦେଇଛି । ଯଦି ଗବେଷଣାରୁ କିଛି ପାର୍ଟନ ମିଳେ ତେବେ ମୁତ୍ୟୁର କାରଣ ଜଣାପଡିଯିବ । ଅନ୍ୟ ଉପାୟରେ ଭାରତରେ ୧୮ ରୁ ୪୫ ବର୍ଷ ଯୁବକଙ୍କ ମୁତ୍ୟୁର ଏକ ଡାଟା ପ୍ରସ୍ତୁତ କରାଯାଉଛି । ଏହା ଭାରତର ୪୦ କେନ୍ଦ୍ରରୁ ଡାଟା ସଂଗ୍ରହ କରାଯାଉଛି, ଯେଉଁଠି କୋଭିଡରୁ ମୁକ୍ତ ହେବା ପରେ ଗୋଟିଏ ବର୍ଷ ଯାଏ ସେମାନଙ୍କୁ ଫଲୋଅପ କରାଯାଉଥିଲା ।