
ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଶହୀଦ
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଏଏସପି ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୁକମା ଜିଲା ଗୋଲାପଲ୍ଲିରେ ମାଓବାଦୀମାନେ ଏକ ପୋକଲେନରେ ନିଆଁ ଲଗାଇ ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ସୁକମାରୁ ଏକ ପୁଲିସ ଦଳ ସେଠାରେ ପହଞ୍ଚିଥିଲେ। ଯେଉଁଥିରେ ଏଏସପି, ଏସଡିପିଓ ତଥା ଦାୟିତ୍ଵରେ ଥିବା ଥାନା ଅଧିକାରୀ ସାମିଲ ଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ଶହୀଦ ହୋଇଛନ୍ତି। ଏଥିସହ ଏସଡିପିଓ ଏବଂ ଦାୟିତ୍ଵରେ ଥିବା ଥାନା ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କୋଣ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି।