ମମତା ସରକାରଙ୍କ କାରଣରୁ ଏବେ ବି ପଡ଼ି ରହିଛି ଅପରାଜିତା ବିଲ୍ : ରାଜ୍ୟପାଳ

ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ଅପରାଜିତା ବିଲ୍ ମମତା ସରକାରଙ୍କ କାରଣରୁ ଏବେ ବି ପଡ଼ି ରହିଛି। ମମତା ସରକାର ବିଲ୍ ସହ ବୈଷୟିକ ରିପୋର୍ଟ ପଠାଇ ନାହାନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ୍‌କୁ ଅନୁମୋଦନ ମିଳିପାରିବ ନାହିଁ। ଗୁରୁବାର ରାଜଭବନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମମତା ସରକାରଙ୍କ ଏହି ଆଭିମୁଖ୍ୟରେ ରାଜ୍ୟପାଳ ଆନନ୍ଦ ବୋଷ ଖୁସି ନୁହଁନ୍ତି। ମମତା ସରକାର ମହିଳାଙ୍କ ସହ ଜଡ଼ିତ ଏହି ବିଲ୍ ପାଇଁ କୌଣସି ପ୍ରସ୍ତୁତି କରିନାହାନ୍ତି। ମମତା ସରକାର ଅତୀତରେ ମଧ୍ୟ ଏହା କରି ଆସୁଛନ୍ତି। ମମତା ସରକାର ପୂର୍ବରୁ ବିଧାନସଭାରେ ପାରିତ ହୋଇଥିବା ଅନେକ ବିଲ୍‌ର ବୈଷୟିକ ରିପୋର୍ଟ ରାଜଭବନକୁ ପଠାଇ ନଥିବାରୁ ଏହି ବିଲ୍ ଗୁଡ଼ିକ ପଡ଼ି ରହିଛି। ପରେ ମମତା ସରକାର ଏହାକୁ ରାଜଭବନକୁ ଦାୟୀ କରିଥିଲେ।

ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା। ଏଠାରୁ ପାରିତ ହେବା ପରେ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ଏଠାରୁ ମୋହର ଲାଗିବା ପରେ ହିଁ ଏହି ବିଲ୍ ଆଇନରେ ପରିଣତ ହୋଇପାରିବ।ରାଜ୍ୟପାଳ ଆନନ୍ଦ ବୋଷ ଏହି ବିଲ୍କୁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶର ବିଲ୍‌ର ନକଲ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଏକ ବିଲ୍ ରାଷ୍ଟ୍ରପତିଙ୍କ ନିକଟରେ ପଡ଼ି ରହିଛି।

Related Articles

Back to top button