
ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭୦% ହୋଇଛି ମତଦାନ
ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୭.୭୦% ମତଦାନ ହୋଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ୭୭.୯୯%, ଝାଡ଼ଖଣ୍ଡରେ ୬୧.୪୧%, ଓଡ଼ିଶାରେ ୫୯.୬୦% ଓ ହରିୟାଣାରେ ୫୫.୯୩% ମତଦାନ ହୋଇଛି। ଦିଲ୍ଲୀରେ ୫୩.୭୩%, ବିହାରରେ ୫୨.୨୪%, ଉତ୍ତରପ୍ରଦେଶରେ ୫୨.୦୨% ଏବଂ ଜମ୍ମୁ-କଶ୍ମୀରରେ ୫୧.୩୫% ମତଦାନ ହୋଇଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୫୯.୬୦% ମତଦାନ ହୋଇଛି।