କୋଲକାତାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬ କୋଟି ୬୦ ଲକ୍ଷ ଟଙ୍କାର ନକଲୀ ଔଷଧ ଜବତ

ପଶ୍ଚିମବଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬ କୋଟି ୬୦ ଲକ୍ଷ ଟଙ୍କାର ନକଲୀ ଔଷଧ କୋଲକାତାରୁ ଜବତ କରାଯାଇଛି । କେନ୍ଦ୍ରୀୟ ଡ୍ରଗ୍‍ସ ନିୟନ୍ତ୍ରଣ ସଂଗଠନ ଓ ଡ୍ରଗ୍‍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ପକ୍ଷରୁ କୋଲ୍‍କାତାରେ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲୀଔଷଧ ଜବତ କରାଯାଇଛି ।କ୍ୟାନସର, ମଧୁମେହ ଓ ଅନ୍ୟାନ୍ୟ ବ୍ୟୟବହୁଳ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ନକଲୀ କରାଯାଇ ବଜାରେ ବିକ୍ରି କରାଯାଉଥିଲା । ଏହି ଔଷଧ ଗୁଡ଼ିକରେ ତୁର୍କୀ, ଅ।ମେରିକା ଓ ଆର‌୍ୟାଲ୍ୟାଣ୍ଡ ଦେଶ ଗୁଡ଼ିକରେ ଥିବା ଔଷଧ କମ୍ପାନୀଗୁଡ଼ିକର ଲୋଗୋ ବ୍ୟବହାର କରାଯାଇଥିଲା । ତଦନ୍ତକାରୀ ଦଳ ପକ୍ଷରୁ ଔଷଧ ଗୁଡ଼ିକର ନମୁନାଗୁଡ଼ିକ ପରୀକ୍ଷା କରାଯିବ ।

Related Articles

Back to top button