ଉଭୟ ପଶ୍ଚିମବଙ୍ଗ ପଞ୍ଜାବରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା

ପଶ୍ଚିମବଙ୍ଗ ସହ ପଞ୍ଜାବରେ ବିରୋଧୀ ମହାମେଣ୍ଟ ଇଣ୍ଡିଆକୁ ଲାଗିଛି ବଡ ଝଟ୍‌କା। ପଶ୍ଚିମବଙ୍ଗରେ ଏକାକୀ ଲଢିବ ଟିଏମସିଏବଂ ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ଆସନ୍ତା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ଏକାକୀ ଲଢିବ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। କଂଗ୍ରେସ ସହ କୌଣସି ସମ୍ବନ୍ଧ ନାହିଁ ବୋଲି କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ ।ସେପଟେ ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି।

ବୁଧବାର ମମତା ଏହି ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବରଚନକୁ ଟିଏମସି ରାଜ୍ୟରେ ଏକା ଲଢିବାକୁ ଯାଉଛି। ଆସନ ବୁଝାମଣା ନେଇ ସେ ମେଣ୍ଟର ପ୍ରମୁଖ ସଦସ୍ୟ ଓ କଂଗ୍ରେସ ସହ ଆଲୋଚନା କରିଥିଲେ। କିନ୍ତୁ ସବୁ ଆଲୋଚନା ବିଫଳ ହୋଇଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଯେକୌଣସି ପ୍ରସ୍ତାବ ଦେଲେ ମଧ୍ୟ ସେ ସବୁକୁ ଖଣ୍ଡନ କରିଥିଲେ। ତେଣୁ ଟିଏମସି ପଶ୍ଚିମବଙ୍ଗରେ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ଏକା ଲଢ଼ିବାକୁ ଘୋଷଣା କରିବାର କିଛି ସମୟ ପରେ ପଞ୍ଜାବ ସରକାର ମଧ୍ୟ ଏଭଳି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଇଣ୍ଡିଆ ମେଣ୍ଟ ଭାଙ୍ଗିବାକୁ ଯାଉଥିବା ନେଇ ଆଶଙ୍କା କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଇଣ୍ଡିଆ ମିଳିତ ମଞ୍ଚରେ ସବୁକିଛି ଠିକ୍‌ ଚାଲିନାହିଁ।

Related Articles

Back to top button