ଟିଏମ୍‌ସି ନେତା ଜାକିର ହୁସେନ୍‌ଙ୍କ ଘରୁ ୧୧ କୋଟି ଜବତ କଲା ଆୟକର ବିଭାଗ

କୋଲକାତା: ପୁଣି ଜଣେ ଟିଏମ୍‌ସି ନେତାଙ୍କ ଘରୁ ବାହାରିଲା କୋଟି କୋଟି ଟଙ୍କାର କଳା ଧନ। ଟିଏମ୍‌ସି ପୂର୍ବତନ ମନ୍ତ୍ରୀ ଜାକିର ହୁସେନ୍‌ଙ୍କ ଘରୁ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ଆଜି ଭୋର ସାଢ଼େ ୩ଟାରେ ଆୟକର ବିଭାଗ ପକ୍ଷରୁ ଜାକିର ହୁସେନ୍‌ଙ୍କ ଘରେ ଚଢ଼ାଉ କରାଯାଇଥିଲା। ହୁସେନ୍‌ଙ୍କ ବାସଭବନ ସହ ତାଙ୍କର ବଡ଼ ବଡ଼ ଫ୍ୟାକ୍ଟ୍ରି ଓ ତେଲ ମିଲ୍ ଉପରେ ବି ଚଢ଼ାଉ କରାଯାଇଛି। ତାଙ୍କର ଦୁଇଟି ବଡ଼ ଫ୍ୟାକ୍ଟ୍ରିରେ ୫-୫କୋଟି ଟଙ୍କାର ନଗଦ ରାଶି ଜବତ କରାଯାଇଥିବା ସୂଚନା ମିଳିଛି।

ଏନେଇ ରାଜ୍ୟ ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ ଦୁଇଟି ବଡ଼ ଆକାରର ଟଙ୍କା ଜବତ କରାଯାଇଛି।

ସୂଚନା ଥାଉକି, ଜାକିର ହୁସେନ୍‌ ପଶ୍ଚିମବଙ୍ଗର ମୁର୍ଶିଦାବାଦର ଜଙ୍ଗିପୁର ବିଧାୟକ ଅଛନ୍ତି। ସେ ମମତାଙ୍କ ସରକାରରେ ଶ୍ରମ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ଚଢ଼ାଉରେ ତାଙ୍କ ଘରୁ ୧ କୋଟି ଟଙ୍କାର ନଗଦ ରାଶି ଜବତ ହୋଇଥିବା ବେଳେ ଚାଉଳ ମିଲ୍‌ରୁ ୫ କୋଟି ଓ ଅଟା ମିଲ୍‌ରୁ ୫ କୋଟି ଟଙ୍କା ଜବତ ହୋଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ହୁସେନଙ୍କର ରାଜ୍ୟରେ ଦୁଇଟି ବଡ଼ ଫ୍ୟାକ୍ଟ୍ରି ଥିବା ବେଳେ ରାଜ୍ୟରେ ଅନେକ ଛୋଟବଡ଼ ବ୍ୟବସାୟ ବି ରହିଛି। ତେବେ ହୁସେନ କିନ୍ତୁ ଏକଥାକୁ ଅସ୍ୱୀକାର କରିଛନ୍ତି। ଏହା କୌଣସି କଳା ଧନ ନୁହେଁ। ଏହି ଟଙ୍କା ଶ୍ରମିକଙ୍କୁ ମଜୁରି ଦେବାକୁ ରଖାଯାଇଥିଲା। ଯାହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ଜାକିର୍ ହୁସେନ୍ କହିଛନ୍ତି।

Related Articles

Back to top button