ଗହମ, ମସୁର, ଚଣା ସମେତ ଅନ୍ୟ ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ପିଏମ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ, ମଙ୍ଗଳବାର ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ମଙ୍ଗଳବାର କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ଗହମ, ମସୁର, ଚଣା ସମେତ ଅନ୍ୟ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ଗହମ ପ୍ରତି କ୍ୱିଣ୍ଟାଲ ୧୧୦ଟଙ୍କା ଏମଏସପି ବୃଦ୍ଧି ହୋଇଥିବାବେଳେ ଜଅ ୧୦୦ଟଙ୍କା, ଚଣା ୧୦୫ଟଙ୍କା ଓ ମସୁର ୫୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରାଇ ଓ ସୋରିଷ କ୍ୱିଣ୍ଟଲ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ସୂର୍ଯ୍ୟମୁଖି କ୍ୱିଣ୍ଟଲ ପିଛା ଏମଏସପି ୨୦୯ ଟଙ୍କା ବଢା ଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଏମଏସପି କମିଟି ୬ଟି ରବି ଫସଲନିମନ୍ତେ ୯ ପ୍ରତିଶତ ପର୍ଯ୍ୟନ୍ତ ଏମଏସପି ବୃଦ୍ଧି ଲାଗି ସୁପାରିଶ କରିଥିଲେ। ଏହା ବାଦେ କୃଷିମନ୍ତ୍ରାଳୟ ମଧ୍ୟ ଏହିସବୁ ଫସଲ ଉପରେ ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ଲାଗି ସୁପାରିଶ କରିଥିବା ବେଳେ କେନ୍ଦ୍ର କ୍ୟାବିନେଟ୍ ଏହା ଉପରେ ମୋହର ଲଗାଇଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି।

Related Articles

Back to top button