ଅବିବାହିତଙ୍କ ସଂଖ୍ୟା ବୃଦ୍ଧି : ୨୩ ଅଗଷ୍ଟରୁ ପଞ୍ଚାୟତ ଆରମ୍ଭ କରିବ ବିବାହ ଓ୍ବେବସାଇଟ୍‌

କନ୍ନୁର : କେରଳର କନ୍ନୁର ଜିଲାର ପିନାରାଇ ଗ୍ରାମ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପଞ୍ଚାୟତ ଏହା ଉପରେ ଉଦବେଗ ପ୍ରକାଶ କରିଛି। କେବଳ ଏତିକି ନୁହେଁ, ଏହି ସମସ୍ୟାକୁ ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ପାଇଁ ଏକ ୱେବସାଇଟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୱେବସାଇଟ ୨୩ ଅଗଷ୍ଟରୁ ଲଞ୍ଚ ହେବ। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ସାୟୋଯ୍ୟମ ପ୍ରକଳ୍ପକୁ ଅନୁମୋଦନ କରିଛି।

ଏହା ଅନ୍ତର୍ଗତ ୩୫ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ପଞ୍ଚାୟତର ବିବାହ ସମ୍ବନ୍ଧୀୟ ୱେବସାଇଟରେ ପଞ୍ଜୀକୃତ ହୋଇ ଉପଯୁକ୍ତ ଜୀବନ ସାଥୀ ପାଇପାରିବେ। ପିନାରାଇ ପଞ୍ଚାୟତର ମୁଖ୍ୟ କେ.କେ ରାଜୀବନ କହିଛନ୍ତି ଯେ ଆଗ୍ରହୀ ଲୋକଙ୍କୁ ବିବାହ ପୂର୍ବରୁ ପରାମର୍ଶ ଦିଆଯିବ। ସେ କହିଛନ୍ତି ଯେ ପଞ୍ଚାୟତ ଏକ ସର୍ଭେ କରିଛି ଯେଉଁଥିରେ ୩୫ ବର୍ଷରୁ ଅଧିକ ଲୋକ ଅବିବାହିତ ଥିବା ଜଣାପଡିଛି। ରାଜୀବନ କହିଛନ୍ତି, ସେମାନେ ବିଭିନ୍ନ କାରଣରୁ ଅବିବାହିତ ରହିଥିବା ଜଣାପଡ଼ିଛି। ଏହି ସମସ୍ୟାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଆରମ୍ଭ କରିବାକୁ ଅନେକ ଯୁବ ସଂଗଠନ ଏବଂ କିଛି ରାଜନୈତିକ ଦଳ ଆମ ପାଖକୁ ଆସିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଗ୍ରହୀ ବ୍ୟକ୍ତି ୱେବସାଇଟରେ ପଞ୍ଜୀକୃତ ହୋଇପାରିବେ ଏବଂ ଯଦି କେହି ଉପଯୁକ୍ତ ବର କିମ୍ବା ବଧୂ ପାଇବେ, ତେବେ ପଞ୍ଚାୟତ ବିବାହ ପୂର୍ବରୁ ଏନେଇ ଆବଶ୍ୟକ ପରାମର୍ଶ ମଧ୍ୟ ଦେବେ।

ରାଜୀବନଙ୍କ ଅନୁଯାୟୀ, ଅଧିକାଂଶ କ୍ଷେତ୍ରରେ, କେତେକ ଲୋକଙ୍କର ନିଜ ବିବାହ ପାଇଁ ପଦକ୍ଷେପ ନେବାକୁ ଘରର କେହି ବରିଷ୍ଠ ବ୍ୟକ୍ତି ନାହାଁନ୍ତି। ସେ ଦାବି କରିଛନ୍ତି ଯେ ଏଭଳି ସେବା ପ୍ରଦାନ କରୁଥିବା ପ୍ରକଳ୍ପ କେରଳରେ ପ୍ରଥମ। ଏହା ଜିଲା ଯୋଜନା କମିଟିର ଅନୁମୋଦନ ଲାଭ କରିଛି। କନ୍ନୁର ଜିଲାର ତାଲିପରମ୍ବା ନିକଟରେ ଥିବା ପଟ୍ଟୁଭମ ଗ୍ରାମ ପଞ୍ଚାୟତ ମଧ୍ୟ ନବମଙ୍ଗଳମ ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛି।

ପଟ୍ଟୁଭାମ ପଞ୍ଚାୟତ ମୁଖ୍ୟ ପି ଶ୍ରୀମତି ସୂଚନା ଦେଇଛନ୍ତି ଯେ ପଞ୍ଚାୟତ ଅଞ୍ଚଳରେ ୩୫ ବର୍ଷରୁ ଅଧିକ ବୟସ୍କ ଅବିବାହିତ ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଏହି ମାସ ଶେଷ ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜୀବନ କହିଛନ୍ତି ଯେ ପିନାରାଇ ପଞ୍ଚାୟତର ୱେବସାଇଟରେ ଜାତି ଏବଂ ଧର୍ମ ଭିତ୍ତିକ ବର୍ଗ ରହିବ ନାହିଁ କିନ୍ତୁ ଯେଉଁମାନେ ଜାତି ଏବଂ ଧର୍ମକୁ ସେମାନଙ୍କ ସବିଶେଷ ତଥ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି, ସେମାନେ ଏହା କରିପାରିବେ। ଯଦି ଲୋକଙ୍କ ପାଖରେ କୌଣସି ଆର୍ଥିକ ସମସ୍ୟା ଥାଏ ତେବେ ପଞ୍ଚାୟତ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଗତ ବର୍ଷ କୋଟ୍ଟାୟାମ ଜିଲାର ଥିଡାନାଡୁ ଗ୍ରାମ ପଞ୍ଚାୟତ ମଧ୍ୟ ଅବିବାହିତ ତଥା ଜୀବନ ସାଥୀଙ୍କୁ ହରାଇଥିବା ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବା ପାଇଁ ଏକ ବିବାହ ଡାଏରୀ ଆରମ୍ଭ କରିଥିଲା।

Related Articles

Back to top button