ଟାଇପ୍-୧ ଡାଇବେଟିସ୍: ସର୍ବାଧିକ ରୋଗୀ ଥିବା ୧୦ ଦେଶ ମଧ୍ୟରେ ଭାରତ !

ମେଲବୋର୍ଣ୍ଣ: ମଧୁମେହ ବା ଡାଇବେଟିସ୍  ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ପରିବାରରେ କେହି ନା କେହି ସଦସ୍ୟ ଏବେ ଡାଇବେଟିସ ରୋଗରେ ଆକ୍ରାନ୍ତ । ଖୁବ୍‌କମ କମ ଭାଗ୍ୟବାନ ପରିବାର ଅଛନ୍ତି ଯେଉଁଠି ଏହି ରୋଗ ପହଞ୍ଚି ପାରିନାହିଁ । ତେବେ ମଧୁମେହ ରୋଗୀଙ୍କ ସଂଖ୍ୟାକୁ ନେଇ ଏକ ବଡ ଖୁଲାସା ହୋଇଛି ଯାହା ଭାରତ ପାଇଁ ବିଶେଷ ଚିନ୍ତାଜନକ ହୋଇଛି ।

ସମଗ୍ର ବିଶ୍ବରେ ଥିବା ମଧୁମେହ ରୋଗୀଙ୍କ ସଂଖ୍ୟା ତୁଳନାରେ ଭାରତରେ ସର୍ବାଧିକ ବୋଲି ସର୍ଭରୁ ଜଣାପଡିଛି । ସର୍ଭେ ଅନୁଯାୟୀ, 2021 ମସିହାରେ ବିଶ୍ବରେ ଟାଇପ୍ 1 ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ପ୍ରାୟ 8.4 ନିୟୁତ ରହିଥିଲା । ଏହା ମଧ୍ୟରୁ 10ଟି ଦେଶରେ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏହି 10 ଦେଶ ମଧ୍ୟରେ ଭାରତ ଥିବା ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ଏକ ମଡେଲିଂ ଅଧ୍ୟୟନରେ ପ୍ରକାଶ ପାଇଛି ।

2040 ସୁଦ୍ଧା ଟାଇପ୍ 1 ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା 13.5-17.4 ନିୟୁତ ଲୋକଙ୍କୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି 2040 ମସିହାରେ ସମସ୍ତ ଦେଶରେ T1D ରୋଗୀଙ୍କ ସଂଖ୍ୟା 17.5 ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆମର ଫଳାଫଳ ସମାଜ ତଥା ସ୍ୱାସ୍ଥ୍ୟସେବା ପାଇଁ ଗୁରୁତ୍ବପୂର୍ଣ୍ଣ ନକରାତ୍ମକ ପ୍ରଭାବ ପାଇଁ ଚେତାବନୀ ଦେଇଥାଏ ବୋଲି ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଧ୍ୟୟନର ଜଣେ ଲେଖକ ପ୍ରଫେସର ଗ୍ରାହାମ୍ ଓଗଲେ କହିଛନ୍ତି ।

Related Articles

Back to top button