ବଜେଟ୍ ୨୦୨୩ରେ ଆୟକର ଛାଡ଼ର ସୀମା ବଢାଇ ପାରନ୍ତି କେନ୍ଦ୍ର ସରକାର

ଖବର ଦାତା ଏଜେନ୍ସି ଆଇଏଏନସ୍‌ଏସ୍ ସୁତ୍ରରୁ ମିଳିଥିବା ଖବର ଅନୁସାରେ ୨୦୨୩-୨୪ ବଜେଟ୍‌ରେ ସରକାର ଆୟକର ସୀମାକୁ ୨.୫ ଲକ୍ଷରୁ ବୃଦ୍ଧି କରି ୫ ଲକ୍ଷ କରିପାରନ୍ତି । ୨୪ ଲୋକସଭା ନିର୍ବାଚନ ପୁର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ପୁର୍ଣ୍ଣକାଳିନ ବଜେଟ୍ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ । ଆଶା କରାଯାଉଛି କି ସରକାର ଆୟକର ସୀମା ବୃଦ୍ଧି କରି ମଧ୍ୟମ ବର୍ଗର ପରିବାରକୁ ଆଶ୍ୱସ୍ତି ଦେଇ ପାରନ୍ତି ।

ଯଦି ଆୟକର ସ୍ଲାବ ପରିବର୍ତ୍ତନ କରି ଆୟକର ସୀମା ବୃଦ୍ଧି କରାଯାଏ, ତେବେ ସର୍ବାଧିକ ଲାଭ ସରକାରୀ ଚାକିରିଆ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହେବ । ମାର୍ଚ୍ଚ ୨୦୨୨ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ୨୦୨୦-୨୧ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ୍ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୮,୧୩,୨୨,୨୬୩ ଲୋକ ଆୟକର ପ୍ରଦାନ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ଯଦି ଆୟକର ଛାଡ଼ ସୀମା ବୃଦ୍ଧି କରାଯାଏ, ତେବେ ସାଧାରଣ ଲୋକଙ୍କ ହାତରେ ଅଧିକ ଟଙ୍କା ରହିବ । ଏହା ମଧ୍ୟ ସେମାନଙ୍କର ଖଚ୍‌ର୍ଚକୁ ବଢାଇବ । ସମ୍ପ୍ରତି ୨.୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ପ୍ରଦାନ କରାଯାଉ ନାହିଁ । ୬୦-୮୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ମୁକ୍ତ ଅଟେ ।

Related Articles

Back to top button