ଜନସଂଖ୍ୟାରେ ଚୀନ୍‌କୁ ପଛରେ ପକାଇଲା ଭାରତ, ୧୪୦ କୋଟି ଟପିଲା ଭାରତର ଜନସଂଖ୍ୟା

ନୂଆଦିଲ୍ଲୀ : ବର୍ତ୍ତମାନ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍‌କୁ ପଛରେ ପକାଇଛି ଭାରତ। ଏବେ ଚୀନ ବିଶର ସବୁଠାରୁ ଅଧିକ ଜନସଂଖ୍ୟା ରାଷ୍ଟ୍ର ନୁହେଁ । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ର ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଭାରତ ଉଭା ହୋଇଛି । ଚୀନ୍ ତୁଳନାରେ ୨.୯ ନିୟୁତ ଅର୍ଥାତ୍ ୨୦ ଲକ୍ଷରୁ ଅଧିକ ଲୋକ ଭାରତରେ ଅଛନ୍ତି । ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ଭାରତରେ ୧୪୦ କୋଟି ଟପିଛି ।

UNFPA ର ‘ଷ୍ଟେଟ୍ ଅଫ୍ ୱାର୍ଲ୍ଡ ପପୁଲେସନ୍ ରିପୋର୍ଟ ୨୦୨୩’ ଶୀର୍ଷକରେ ବୁଧବାର ଦିନ ଏହି ରିପୋର୍ଟ ପ୍ରକାଶ ପାଇଛି ଯେ, ଭାରତର ଜନସଂଖ୍ୟା ବର୍ତ୍ତମାନ ୧,୪୨୮.୬ ମିଲିୟନ ଥିବାବେଳେ ଚୀନର ଜନସଂଖ୍ୟା ୧,୪୨୫.୭ ମିଲିୟନ । ଏହାର ଅର୍ଥ ଉଭୟଙ୍କ ଜନସଂଖ୍ୟାରେ ୨.୯ ନିୟୁତ ପାର୍ଥକ୍ୟ ଅଛି । ରିପୋର୍ଟର ସର୍ବଶେଷ ଆକଳନଗୁଡିକ ‘ଡେମୋଗ୍ରାଫିକ୍ ସୂଚକ’ ବର୍ଗରେ ଦିଆଯାଇଛି ।

୧୯୫୦ ମସିହାରୁ ମିଳିତ ଜାତିସଂଘ ଜନସଂଖ୍ୟା ତଥ୍ୟ ସଂଗ୍ରହ ଏବଂ ପ୍ରକାଶ କରିବା ଆରମ୍ଭ କରିଛି । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେ ଜନସଂଖ୍ୟାରେ ନମ୍ବର ୧ ନଥିଲା । ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିଛି।

Related Articles

Back to top button