ଜୁଲାଇ ୧୭ରେ ଭାରତ-ଚାଇନା ସେନା କମାଣ୍ଡରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦାଖ ନିକଟବର୍ତ୍ତୀ ଏଲଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଜୁଲାଇ ୧୭ରେ ଦୁଇ ଦେଶର ସେନା କମାଣ୍ଡରମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଏଲଏସର ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ୧୬ତମ ରାଉଣ୍ଡର ଏହି ବୈଠକ ଚାଇନା ସୀମାରେ ଥିବା ପୂର୍ବ ଲଦାଖର ଚୁଶୁଲ-ମୋଲଡୋଠାରେ ଅନୁଷ୍ଠିତ ହେବ।
ସୂଚନାନୁସାରେ, ଏହି ବୈଠକରେ ବିଶେଷ ଭାବରେ ପାଟ୍ରୋଲିଂ ପଏଣ୍ଟ (ପିପି) ନମ୍ବର ୧୫ରେ ଚାଲିଥିବା ବିବାଦ ବିଷୟରେ ଆଲୋଚନା ହେବ। ପିପି ୧୫ରେ, ଦୁଇ ଦେଶର ସେନା ଗତ ଦୁଇ ବର୍ଷ ଧରି ମୁହାଁମୁହିଁ ହୋଇଛନ୍ତି।
ଭାରତୀୟ ପକ୍ଷରୁ ଲେହରେ ଅବସ୍ଥିତ ୧୪ତମ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦୟ ସେନଗୁପ୍ତା ଅଂଶଗ୍ରହଣ କରିବେ। ଚାଇନା ପକ୍ଷରୁ ଦକ୍ଷିଣ ତିବ୍ଦତ ମିଲିଟାରୀ ଜିଲା ମୁଖ୍ୟ ମେଜର ଜେନେରାଲ ୟାଙ୍ଗ ଲିନ ଉପସ୍ଥିତ ରହିବେ।

Related Articles

Back to top button