ଏଲଏସିରେ ଭାରତୀୟ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବା ନେଇ ଲୋକସଭାରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଲୋକସଭାରେ ବିବୃତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଓ ଚୀନ ସୈନ୍ୟ ମୁହାଁମୁହିଁ ହେବାନେଇ ରାଜନାଥ ଲୋକସଭାରେ ବିବୃତି ରଖିଛନ୍ତି । ସେ ତାଙ୍କ ବିବୃତିରେ କହିଛନ୍ତି ଗତ ୯ ତାରିଖରେ ଚୀନ ସେନା ବେଆଇନ୍‌ ଭାବେ ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲା । ଚୀନର ସୈନିକ ମାନେ ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ରୋଲ୍‌‌ ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ, ଏବଂ ଏଲଏସିରେ ଥିବା ସ୍ଥିତାବସ୍ଥାକୁ ଏକତରଫା ବଦଳାଇବାକୁ ଚେଷ୍ଟା କରାଯାଇଥିଲା ।

ଯାହାକୁ ଆମର ଭାରତୀୟ ଯବାନ ମାନେ କଡ଼ା ବିରୋଧ କରିଥିଲେ । ଆମ ସେନା ଚୀନର ଏଭଳି କାର୍ଯ୍ୟକୁ ଦୃଢ଼ତାର ସହ ମୁକାବିଲା କରିଥିଲା । ଫଳରେ ଉଭୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ବିବୃତି ରଖିଛନ୍ତି । ତାଙ୍କ ବିବୃତିରେ ଆହୁରି ମଧ୍ୟ କହିଛନ୍ତି ଆମ ସେନା ସବୁବେଳେ ସଜାଗ ରହିଛି ।

ଭାରତୀୟ ଯବାନ ମାନଙ୍କ ଦୃଢ଼ ପଦକ୍ଷେପ ଚୀନ ସୈନିକ ମାନଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲା । ମୁହାଁମୁହିଁ ସମୟରେ ଉଭୟ ଦେଶର କିଛି ଯବାନ ଆହତ ହୋଇଥିଲେ । ହେଲେ ଆମର କୌଣସି ଯବାନ ସହିଦ କି ଗୁରୁତର ହୋଇନାହାନ୍ତି । ଏହି ଘଟଣା ଘଟିବା ପରେ ଆମର ଲୋକାଲ କମାଣ୍ଡର ପ୍ରତିପକ୍ଷ ସହ ଏକ ବୈଠକ ମଧ୍ୟ କରିଥିଲେ । ସେହି ବୈଠକରେ ଚୀନକୁ ଏପରି ପ୍ରୟାସ କରିବାକୁ ଦୃଢ଼ତାର ସହ ମନାକରାଯାଇଛି ।

ଭାରତୀୟ ଯବାନଙ୍କ ସାହସକୁ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଶାଂସା କରିବା ସହ ଶତମୁଖ ହୋଇଥିବା ଦେଖିବାକୁ ମିଳିଥିଲେ । ତାହାସହ ଆମର ସେନା ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ବୋଲି କହିଥିଲେ ରାଜନାଥ ।

Related Articles

Back to top button