ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ

ନୂଆଦିଲ୍ଲୀ: ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ କିଛି ମାସ ମଧ୍ୟରେ ଶ୍ରୀଲଙ୍କାକୁ ଭାରତ ଦେଇଥିବା ଏହା ହେଉଛି ଦ୍ୱିତୀୟ ସହାୟତା। ଗତ ମାସ ଆରମ୍ଭରେ ୪୪,୦୦୦ ଟନ ସାର ଯୋଗାଇ ଦିଆଯାଇଥିଲା।
ସାର ଯୋଗାଣ ଖାଦ୍ୟ ସୁରକ୍ଷାକୁ ବୃଦ୍ଧି କରିବ ଏବଂ ଶ୍ରୀଲଙ୍କା ଚାଷୀଙ୍କୁ ସାହାଯ୍ୟ କରିବ। ଏହି ପଦକ୍ଷେପ ଭାରତ ସହିତ ଘନିଷ୍ଠ ସମ୍ପର୍କ ଏବଂ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ଶୁଭେଚ୍ଛା ପ୍ରତିଫଳିତ କରେ ବୋଲି ଭାରତୀୟ ହାଇକମିଶନରଙ୍କ ପକ୍ଷରୁ କୁହାଯାଇଛି।

ଏବେ ଶ୍ରୀଲଙ୍କା ଏକ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଫଳରେ ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ଦେଖାଦେଇଛି। ଭାରତ କ୍ରମାଗତ ଭାବରେ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି। ଶ୍ରୀଲଙ୍କା ସରକାର ମଧ୍ୟ ଭାରତକୁ କୃତଜ୍ଞତା ଜଣାଇଛନ୍ତି।

Related Articles

Back to top button