
ଅଟୋ ମୋବାଇଲ୍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଅଟୋ ମୋବାଇଲ୍ କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସଫଳତା ଲାଭ କରିଛି । ଆଜି ନୂଆଦିଲ୍ଲୀରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ-୨୦୨୫ ଉଦ୍ଘାଟନ କରିବା ଅବସରରେ ଶ୍ରୀମୋଦୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ମୋବିଲିଟି କ୍ଷେତ୍ର ସହଯୋଗ ଦେଇଛି ଏବଂ ଆଗାମୀ ଦିନରେ ଏହି କ୍ଷେତ୍ରର ବିକାଶ ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ।ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ଗମନାଗମନର ସହଜତାକୁ ପ୍ରାଥମିକତା ଦେଇଆସୁଛି । ଶିଳ୍ପ ବିକାଶ କ୍ଷେତ୍ରରେ ଦେଖାଦେଉଥିବା ସମ୍ଭାବନା ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ଲାଗି ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଏହି ଅବସରରେ ଶ୍ରୀ ମୋଦୀ ଭାରତୀୟ ମୋବିଲିଟି ସମାଧାନ କ୍ଷେତ୍ରରେ ୭ଟି ‘ସି’ ସଂପର୍କରେ କହିଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଭାରତର ମୋବିଲିଟି କ୍ଷେତ୍ର ସର୍ବାଧିକ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିଛି ବୋଲି ସେ କହିଛନ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ଜଶଭୂମି ତଥା ଗ୍ରେଟର ନୋଇଡାର ଇଣ୍ଡିଆ ଏକ୍ସପୋ ଆଣ୍ଡ ମାର୍ଟ୍ରେ ଆୟୋଜିତ ହେଉଛି ।ଏହି ଏକ୍ସପୋରେ ୯ଟି କାର୍ଯ୍ୟକ୍ରମ ଓ ୨୦ଟିରୁ ଅଧିକ ସମ୍ମିଳନୀ ଆୟୋଜିତ ହେବା ସହିତ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି । ଶିଳ୍ପ ଏବଂ ଆଞ୍ଚଳିକ ସ୍ତରରେ ସହଯୋଗକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଏହି ଅବସରରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରନ୍ତରୁ ୫ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ତଥା ବିଶେଷଜ୍ଞ ଅଂଶଗ୍ରହଣ କରୁଛନ୍ତ