ଭାରତ ପକ୍ଷରୁ ଆଡଭାନ୍ସଡ ବଙ୍କର ବିଧ୍ବଂସୀ ବୋମା ବିକଶିତ କରିବା ପ୍ରକ୍ରିୟାକୁ କ୍ଷୀପ୍ର କରିଛି।

ଆମେରିକା ଗତ ଜୁନ ୨୨ ତାରିଖରେ ଇରାନ ଫୋର୍ଡୋ ପରମାଣୁ ଘାଟି ଉପରେ ବି-୨ ବମ୍ବର ଯୁଦ୍ଧ ବିମାନ ଜରିଆରେ ବଙ୍କର ବିଧ୍ବଂସୀ (ଜିବିୟୁ-୫୭/ଏ) ବୋମା ନିକ୍ଷେପ କରି ତାହାକୁ ଧ୍ବଂସ କରିଦେଇଥିଲା। ଇରାନ ଏହି ପରମାଣୁ କେନ୍ଦ୍ରକୁ ପାହାଡ଼ ମଧ୍ୟରେ ଭୂପୃଷ୍ଠରୁ ୧୦୦ ମିଟର ତଳେ ନିର୍ମାଣ କରିଥିଲା। ଯାହାକୁ ସାଧାରଣ ବୋମା ଦ୍ଵାରା ନଷ୍ଟ କରିବା ସମ୍ଭବ ନ ଥିଲା। ଏଥିଲାଗି ଆମେରିକା ବଙ୍କର ବିଧ୍ବଂସୀ ବୋମା ଜରିଆରେ ପରମାଣୁ ଘାଟିକୁ ନଷ୍ଟ କରିଦେଇଥିଲା। ଏହି ବୋମା ପ୍ରଥମେ ଭୂପୃଷ୍ଠକୁ ଚିରି ୬୦ରୁ ୭୦ ଫୁଟ ଭିତରକୁ ଯିବା ପରେ ବିସ୍ଫୋରିତ ହୋଇଥାଏ। ବର୍ତ୍ତମାନ ଭାରତ ବି ଏଭଳି ବୋମା ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ ଜାରି ରଖିଛି।ଭାରତ ପକ୍ଷରୁ ଆଡଭାନ୍ସଡ ବଙ୍କର ବିଧ୍ବଂସୀ ବୋମା ବିକଶିତ କରିବା ପ୍ରକ୍ରିୟାକୁ କ୍ଷୀପ୍ର କରିଛି। ସାମ୍ପ୍ରତିକ ସ୍ଥିତିରେ ଭବିଷ୍ୟତର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ ରଖିବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଏକ ନୂତନ ଏବଂ ଶକ୍ତିଶାଳୀ ମିଜାଇଲ ସିଷ୍ଟମ ମଧ୍ୟ ତିଆରି କରାଯାଉଛି। ଯାହା ଭୂପୃଷ୍ଠର ଅତି ଗଭୀରରେ ନିର୍ମିତ ଶତ୍ରୁର ପରମାଣୁ ଘାଟି ଏବଂ ଅନ୍ୟ ରଣନୀତିକ ସ୍ଥଳକୁ ଟାର୍ଗେଟ କରିବାରେ ସକ୍ଷମ ହୋଇପାରିବ। ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଅଗ୍ନି-୫ ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ମଡିଫାଏଡ ଭର୍ସନ ବିକଶିତ କରୁଛି। ଅଗ୍ନି-୫ ମୂଳ କ୍ଷେପଣାସ୍ତ୍ରର ରେଞ୍ଜ ୫ ହଜାର କିଲୋମିଟର ହୋଇଥିବାବେଳେ ଏହା ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହାର ମଡିଫାଏଡ ଭର୍ସନ ଏକ ପାରମ୍ପରିକ ଯୁଦ୍ଧାସ୍ତ୍ର ହେବ, ଯାହା ୭୫୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିବ।

ଭାରତ ତିଆରି କରୁଥିବା ଏହି କ୍ଷେପଣାସ୍ତ୍ର ଆମେରିକାଠାରୁ ବି ଅଧିକ ଶକ୍ତିଶାଳୀ ହେବ। ଏହା ଭୂପୃଷ୍ଠରୁ ୮୦ରୁ ୧୦୦ ମିଟର ଗଭୀରକୁ ପ୍ରବେଶ କରିବା ପରେ ବିସ୍ଫୋରଣ ଘଟାଇବ। ଭାରତ ଏହାକୁ ବିକଶିତ କରିବା ପରେ ଆମେରିକା ସହିତ ସମକକ୍ଷ ହୋଇପାରିବ।

Related Articles

Back to top button