
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମାଳ ଦ୍ବୀପର ରାଷ୍ଟ୍ରପତି ମୁଇଜୁ
୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଉଭୟ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତ ଏବଂ ମାଳଦୀପର ସଂପର୍କ ବହୁ ପୁରୁଣା ଏବଂ ଭାରତ ମାଳଦୀପର ସବୁଠାରୁ ନିକଟତର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ଆଜି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମାଳଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୋଇଜୁ ଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏହା କହିଛନ୍ତି । ସେ କହିଛନ୍ତି ମାଳଦୀପ ଭାରତର ଏକ ଘନିଷ୍ଠ ପଡ଼ୋଶୀ ଏବଂ ମିତ୍ର ଦେଶ । ଭାରତ ମାଳଦୀପ ପାଇଁ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି ।ମାଳଦୀପ ଲୋକଙ୍କର ଆବଶ୍ୟକତା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ, ସବୁ ସମୟରେ ଭାରତ ପ୍ରଥମେ ପଡ଼ୋଶୀ ନୀତି ଅମଲମ୍ବନ କରି ସହଯୋଗ ଯୋଗାଇ ଦେଇଛି । ପାନୀୟ ଜଳ ଯୋଗାଣ ଓ କୋଭିତ ଟିକା ପ୍ରଦାନ ଭଳି ବିଷୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମାଳଦୀପର ଆବଶ୍ୟକତାକୁ ଲକ୍ଷ୍ୟରେ ରଖୁ ୪ ଶହ ମିଲିୟନ ଡଲାର ଏବଂ ୩ ହଜାର କୋଟି ଟଙ୍କାର ମୁଦ୍ରା ବିନିମୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।