ଆଗାମୀ ୫ ବର୍ଷରେ ଭାରତ ନିର୍ମାଣ କରିବ ୮୦ଟି ବିମାନ ବନ୍ଦର

ନୂଆଦିଲ୍ଲୀ: ଦେଶର ଏଭିଏସନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବାକୁ ଯାଉଛି। ଆଗାମୀ ୪ରୁ ୫ ବର୍ଷରେ ଭାରତରେ ୮୦ଟି ବିମାନବନ୍ଦର ନିର୍ମିତ ହେବ। ଏଭିଏସନ ରେଗ୍ୟୁଲେଟର ବିମାନବନ୍ଦରମାନଙ୍କରେ ସଞ୍ଚାଳନ ଆରମ୍ଭ କରିବା ପାଇଁ କିଛି ଜରୁରି ଆବଶ୍ୟକତା ଏବେ ପୂରଣ କରିବେ। ଗତ ୮ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ବଢିଛି। ଦେଶରେ ୭୪ଟି ବିମାନ ବନ୍ଦର ଥିଲା ଏବେ ୧୪୧କୁ ପହଞ୍ଚିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ଅନୁସାରେ ଏହି ସଂଖ୍ୟା ଆଗାମୀ ଦିନରେ ୨୨୦କୁ ପହଞ୍ଚିବ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୋଆର ମୋପା ସମେତ ସାରା ଦେଶରେ ୨୧ ଗ୍ରିନଫିଲ୍ଡ ବିମାନ ବନ୍ଦର ସ୍ଥାପନା ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ଏଥିରେ ମହାରାଷ୍ଟ୍ରର ନବି ମୁମ୍ବାଇ, ସିରିଡି ଓ ସିନ୍ଧୁ ଦୁର୍ଗ, କର୍ଣ୍ଣାଟକର କୁଲବର୍ଗି,ବିଜୟପୁରା, ହସନ ଓ ଶିବମୋଗା, ମଧ୍ୟପ୍ରଦେଶର ଡବରା, ଉତ୍ତରପ୍ରଦେଶର କୁଶିନଗର, ଜେବର, ଗୁଜରାଟର ଧୋଲେରା ଓ ରାଜକୋଟର ହୀରାସର, ପୁଡୁଚାରୀର କରାଇକଲ, ଆନ୍ଧ୍ରପ୍ରଦେଶର ଦଗଧାତ୍ରୀ, ନିଲ୍ଲୋର, ଭୋଗାପୁରମ, ଓରବାକଲ କୁର୍ନୁଲ, ପଶ୍ଚିମବଙ୍ଗର ଦୁର୍ଗାପୁର, ସିକ୍କିମର ପାକ୍ୟୋଙ୍ଗ, କେରଳର କୁନ୍ନୁର, ଅରୁଣାଚଳ ପ୍ରଦେଶର ହୋଲଙ୍ଗୀ ଇଟାନଗରରେ ଏହି ସବୁ ବିମାନ ବନ୍ଦର ନିର୍ମିତ ହେବ।

ଏବେ ୮ ଗ୍ରିନଫିଲ୍ଡ ଏୟାରପୋର୍ଟ ଦୁର୍ଗାପୁର, ଶିରଡି, ସିନ୍ଧୁଦୁର୍ଗ, ପକ୍ୟୋଙ୍ଗ, କନ୍ନୁର, କଲବୁର୍ଗି, ଅରବାକଲ ଓ କୁଶିନଗର ସଞ୍ଚାଳନକୁ ଆସିଥିବା କୁହାଯାଇଛି। ଏଭିଏସନ ମିନିଷ୍ଟ୍ରିଙ୍କ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ହିମାଚଳ ପ୍ରଦେଶ ମଣ୍ଡିର ନାଗଚଲାରେ ଏକ ଗ୍ରିନଫିଲ୍ଡ ଏୟାରପୋର୍ଟ ବିକାଶ ଲାଗି ସାଇଟ୍ ମଞ୍ଜୁରୀ ଦେଇଛନ୍ତି। ଏହା ଛଡା ଆରସିଏସ୍ ଉଡାଣ ନିମନ୍ତେ ୨୦୨୨-୨୩ରେ ୩୫ ବିମାନବନ୍ଦର, ହେଲିପ୍ୟାଡ ଏବଂ ୱାଟର ଏୟାରପୋର୍ଟ ଲାଗି ଲକ୍ଷ୍ୟ ରଖା ଯାଇଛି।

Related Articles

Back to top button