ଆଫଗାନିସ୍ତାନ୍‌କୁ ୨୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ସହାୟତା ପଠାଇବ ଭାରତ

ନୂଆଦିଲ୍ଲୀ: ସହାୟତା ଭାବେ ଇରାନ୍‌ର ଚାବହାର ବନ୍ଦର ବାଟେ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ବୋଲି ମଙ୍ଗଳବାର ଦିନ ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ମିଳିତଭାବେ କାର୍ଯ୍ୟ କରୁଥିବା ‘ଇଣ୍ଡିଆ-ସେଣ୍ଟ୍ରାଲ୍‌ ଏସିଆନ୍‌ କଣ୍ଟ୍ରିଜ୍‌’ର ପ୍ରଥମ ବୈଠକରେ ଭାରତ ଘୋଷଣା କରିଛି।

ଗତକାଲି ଦିଲ୍ଲୀରେ ବସିଥିବା ଏହି ବୈଠକରେ ଭାରତ ଓ ଆଉ ୫ଟି କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ଗୁରୁତ୍ବାରୋପ କରି କହିଛନ୍ତି ଯେ, ଆଫଗାନିସ୍ତାନକୁ କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ଭୂଇଁ ରୂପେ ବ୍ୟବହାର କରା ନ ଯିବା ଉଚିତ। ମହିଳା, ଝିଅ ଓ ସଂଖ୍ୟାଲଘୁ ସମେତ ଆଫଗାନ୍‌ମାନଙ୍କର ଅଧିକାର ପ୍ରତି ସମ୍ମାନ ଦେଉଥିବା ଭଳି ଗୋଟାଏ ନିଚ୍ଛକ ସାମଗ୍ରିକ ରାଜନୈତିକ ବ୍ୟବସ୍ଥା ଗଠନ କରାଯିବା ଆବଶ୍ୟକ ବୋଲି ସେମାନେ ଆହ୍ବାନ ଦେଇଛନ୍ତି।

ଆୟୋଜକ ଭାରତ ସମେତ ଏହି ବୈଠକରେ କାଜାଖସ୍ତାନ୍‌, କିର୍‌ଗିଜ୍‌ ରିପବ୍ଲିକ୍‌, ତାଜିକିସ୍ତାନ୍‌, ତୁର୍କମେନିସ୍ତାନ୍‌ ଓ ଉଜ୍‌ବେକିସ୍ତାନର ସ୍ବତନ୍ତ୍ର ଦୂତ ଅଥବା ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଛଡ଼ା, ‘ୟୁଏନ୍‌ ଅଫିସ୍‌ ଅନ୍‌ ଡ୍ରଗ୍‌ସ୍‌ ଆଣ୍ଡ୍‌ କ୍ରାଇମ୍‌ସ୍‌’ର (ୟୁଏନ୍‌ଓଡିସି) ରାଷ୍ଟ୍ର ପ୍ରତିନିଧି ଏବଂ ‘ୟୁଏନ୍‌ ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ୍‌ (ୟୁଏନ୍‌ଡବ୍ଲୁଏଫ୍‌ପି) ମଧ୍ୟ ଉପ‌ରୋକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ।

Related Articles

Back to top button