
ଯେବେଯାଏଁ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତ ହାତରେ ଟେକି ନ ଦେଇଛି ସେତେବେଳ ଯାଏଁ କିଛି ବି ଆଲୋଚନା ହୋଇପାରିବ ନାହିଁ
ପାକିସ୍ତାନକୁ ରୋକଠୋକ୍ ଶୁଣାଇଦେଲା ଭାରତ। ପାକିସ୍ତାନ ଏବେ ଯେତେ ଚାହିଁଲେ ବି ଭାରତ ସହ କଥା ହୋଇପାରିବ ନାହିଁ। ଭାରତର ଯାହା ସର୍ତ୍ତ ଅଛି ତାକୁ ସବୁ ପାକିସ୍ତାନକୁ ମାନିବାକୁ ପଡିବ। ତେବେ ଯାଇ ପାକିସ୍ତାନ ସହ କଥା ହେବ ଭାରତ।କାରଣ କିଛି ଦିନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ କହିଥିଲେ ଯେ, ସେ ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏପରିକି ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ସେ ଭାରତ ସହ ଆଲୋଚନା କରିବାକୁ ଚାହୁଁଥିଲେ।ହେଲେ ଏବେ ଭାରତ ଏହାର ରୋକଠୋକ୍ ଜବାବ ଦେଇଛି। ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ପ୍ରସଙ୍ଗ। ଏପରିକି ଆତଙ୍କବାଦ ନେଇ ଆଲୋଚନା ପାଇଁ ଆଗ୍ରହ ପ୍ରସଙ୍ଗ। ଦ୍ୱିପାକ୍ଷିକ ଆଲୋଚନା ନେଇ ଆଭିମୁଖ୍ୟ ସ୍ପଷ୍ଟ କହିଲେ MEA ମୁଖପାତ୍ର
MEA ମୁଖପାତ୍ର କହିଛନ୍ତି, ଆମେ ପାକିସ୍ତାନକୁ କହି ସାରିଛୁ ଆତଙ୍କବାଦ ଓ କଥାବାର୍ତ୍ତା ଏକାସଙ୍ଗେ ଚାଲିପାରିବ ନାହିଁ। ଯଦି ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ଚାହୁଁଛି ତାହାଲେ ପ୍ରଥମେ ପାକିସ୍ତାନ ଆମକୁ ଆତଙ୍କବାଦୀ ହସ୍ତାନ୍ତର କରୁ।ଯେବେଯାଏଁ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଭାରତ ହାତରେ ଟେକି ନ ଦେଇଛି ସେତେବେଳ ଯାଏଁ କିଛି ବି ଆଲୋଚନା ହୋଇପାରିବ ନାହିଁ। ପାକିସ୍ତାନ ଆମକୁ ଆତଙ୍କବାଦୀ ହସ୍ତାନ୍ତର କଲେ ଆଲୋଚନା ସମ୍ଭବ। ଆତଙ୍କୀଙ୍କ ତାଲିକା ପାକିସ୍ତାନକୁ ବହୁ ବର୍ଷ ହେଲା ଦିଆଯାଇ ସାରିଛି।ଜମ୍ମୁ-କାଶ୍ମୀର ନେଇ ଆଲୋଚନା ବାବଦରେ ମଧ୍ୟ ପୁଣି ଥରେ ସ୍ପଷ୍ଟ କଲେ MEA ମୁଖପାତ୍ର। POK ଛାଡ଼ିଲେ ହିଁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ କହିଲେ MEA ମୁଖପାତ୍ର।