ତୁର୍କୀକୁ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ଭାରତୀୟ ବିମାନକୁ ଏୟାର ସ୍ପେସ ଦେବାକୁ ମନାକଲା ପାକିସ୍ତାନ

ନୂଆଦିଲ୍ଲୀ: ତୁର୍କୀରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇବା ସହ ବଡ଼ ବଡ଼ ବିଲଡିଂ ତାସ ଘର ପରି ଭୁଶୁଡ଼ି ପଡ଼ିଛି । ତେବେ ଏପରି ସ୍ଥିତିରେ ଭୂକମ୍ପ ପୀଡ଼ିତଙ୍କ ନିକଟରେ ବିପର୍ଯ୍ୟୟ କାଳୀନ ସହାୟତା ପହଞ୍ଚାଇବା ପାଇଁ ଭାରତୀୟ ଏନଡିଆରଏଫ ବିମାନ ତୁର୍କୀ ଅଭିମୂଖେ ବାହାରିଥିଲା । ମାତ୍ର ଭାରତୀୟ ଏନଡିଆରଏଫ ବିମାନକୁ ନିଜ ବାୟୁସୀମାରେ ଯାତ୍ରା କରିବାକୁ ମନା କରିଦେଇଥିଲା ପାକିସ୍ତାନ । ଫଳରେ ବାଧ୍ୟ ହୋଇ ଭାରତୀୟ ବିମାନ ଅନ୍ୟ ପଥରେ ଯାତ୍ରା କରିଥିଲା ।

ତୁର୍କୀର ବିପଦ ସମୟରେ ଭାରତ ଆର୍ଥିକ ଓ ରିଲିଫ ସାମଗ୍ରୀ ପଠାଇବା ନେଇ ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ ଫିରାଟ ସନେଲ ଭାରତ ସରକାରଙ୍କୁ ଉଦାରତାର ‘ବନ୍ଧୁ’ ବୋଲି ସମ୍ବୋଧନ କରିଥିଲେ । ତୁର୍କୀକୁ ସହାୟତା ପ୍ରଦାନ କରିଥିବାରୁ ଫିରାଟ ସନେଲ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହିତ ଏହି ସାହାଯ୍ୟ ନିମନ୍ତେ ତୁର୍କୀ ରାଷ୍ଟ୍ରଦୂତ ସୋସିଆଲ ମିଡ଼ିଆରେ ଭାରତକୁ ପ୍ରଶଂସା କରିଛନ୍ତି ।

ଏଏନଆଇ ରିପୋର୍ଟ ମୁତାବକ, ଫିରାଟ ସନେଲ ଭାରତକୁ ପ୍ରଶଂସା କରି କହିଛନ୍ତି, ‘a friend in need is a friend indeed.’ ଏଥିସହିତ ସେ ପୁଣି ଲେଖିଛନ୍ତି, ‘ତୁର୍କିସ ଭାଷାରେ ବନ୍ଧୁ ହେଉଛି ଏକ ସାଧାରଣ ଶବ୍ଦ…. ।’ ଭାରତକୁ ଧନ୍ୟବାଦ ଦେବା ଅବସରରେ ଟ୍ୱିଟରରେ ଏପରି ଟ୍ୱିଟ କରିଛନ୍ତି ଫିରାଟ ସନେଲ । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ତୁର୍କୀରେ ଭୟଙ୍କର ଭୂକମ୍ପ କାରଣରୁ ଅପୂରଣୀୟ କ୍ଷତି ଘଟିଛି । ଗତ ସୋମବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ ତୁର୍କୀ ଦୂତାବାସକୁ ଯାଇ ସମବେଦନା ଜ୍ଞାପନ କରିଥିଲେ । ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାନୁଭୂତି ଓ ମାନବିକତାର ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ ।

Related Articles

Back to top button