ଲଦାଖ ଓ ସିକ୍କିମର ବରଫାବୃତ ଥଣ୍ଡା ପରିବେଶରେ ମୁତୟନ ପାଇଁ ହାଲୁକା ଟ୍ୟାଙ୍କ୍ କିଣିବ ଭାରତୀୟ ସେନା

ନୂଆଦିଲ୍ଲୀ : ବାରମ୍ବାର କଥାବାର୍ତ୍ତା ସତ୍ତ୍ବେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସୁନଥିବାରୁ ଭାରତ ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ଗୋଟିଏ ପଟେ ଚୀନ ସୀମାରେ ଏସ-୪୦୦ ମୁତୟନ କରିବାକୁ ଯୋଜନା ଚାଲିଥିବାବେଳେ ଅନ୍ୟପଟେ ହାଲକା ଟ୍ୟାଙ୍କ ମୁତୟନ ପାଇଁ ବିଚାର କରାଯାଉଛି ।

ବର୍ତ୍ତମାନ ଭାରତୀୟ ସେନା ଲଦାଖ ଓ ସିକ୍କମ ସୀମାରେ ଟି-୭୨ ଟ୍ୟାଙ୍କ ମୁତୟନ କରିଛି । ଏଗୁଡ଼ିକର ଓଜନ ପ୍ରାୟ ୪୨ ଟନ ହୋଇଥିବାରୁ ଏଗୁଡ଼ିକୁ ସେଠାକୁ ନେବାକୁ ସମସ୍ୟାର ସମ୍ମୁଖୀନ ହୋଇଥାଏ ସେନା । କିନ୍ତୁ ଏସବୁ ଟ୍ୟାଙ୍କଠାରୁ ଆହୁରି ହାଲୁକା ଟ୍ୟାଙ୍କ କିଣିବାକୁ ଯୋଜନା କରୁଛି ସେନା । ଲଦାଖ ଓ ସିକ୍କିମର ବରଫାବୃତ ଥଣ୍ଡା ପରିବେଶକୁ ଦୃଷ୍ଟିରେ ରଖି ୨୫ ଟନ ଓଜନର ଟ୍ୟାଙ୍କ କିଣିବାକୁ ଯୋଜନା କରାଯାଉଛି ।

ଏସବୁ ଟ୍ୟାଙ୍କ କ୍ରୟର ପ୍ରଥମ ପର୍ଯ୍ୟାୟରେ ସେନା ପକ୍ଷରୁ ରିକ୍ବେଷ୍ଟ ଫର ଇନଫର୍ମେସନ ( ସୂଚନା ଆହ୍ବାନ) କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଟ୍ୟାଙ୍କର ଓଜନ ସର୍ବାଧିକ ୨୫ ଟନ ଥିବ ଓ ଏଗୁଡ଼ିକ କେବଳ ହିମାଳୟ ପାର୍ବତ୍ୟାଞ୍ଚଳର ଥଣ୍ଡା ଜଳବାୟୁ ନୁହେଁ, ରାଜସ୍ଥାନର ଗରମ ପରିବେଶରେ ବି କାମ କରୁଥିବ । ପୁଣି ଏସବୁ ଟ୍ୟାଙ୍କରେ ୨ରୁ ୩ ଜଣ ସୈନ୍ୟ ବସିପାରୁଥିବେ ଓ ଭବିଷ୍ୟତର ଯୁଦ୍ଧ ପାଇଁ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଥିବ । ପୁଣି ଏହା ଉଚ୍ଚରୁ ନିମ୍ନକୁ (ପାର୍ବତ୍ୟାଞ୍ଚଳ ପାଇଁ) ଦକ୍ଷତାର ସହ ଫାୟାର କରିପାରୁଥିବ ।

Related Articles

Back to top button