୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ ।  ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ । ୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ–ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା ।

ପରେ ଜେନେରାଲ ଫ୍ରାନସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ନିଜର ପ୍ରଥମ ସେନାମୁଖ୍ୟ ପାଇଥିଲା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳି ଆସୁଛି । ତେବେ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେବ ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର ।

କେବଳ ଏତିକି ତାହା ନୁହେଁ  ଭାରତୀୟ ଯବାନଙ୍କ ତ୍ୟାଗ, ବଳିଦାନ ସହ ଜଡ଼ିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଏବଂ ଉତ୍ସବରେ ବୀର ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ପ୍ରଦର୍ଶିତ କରିବା ସହ ପରେଡ କରିବେ । ତେବେ ଏହି ଦିବସ ଅବସରରେ ଭାରତୀୟ ସେନାକୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି ।

Related Articles

Back to top button