
ତୁଷାରପାତରେ ଫସିଥିବା ୧୦୦୦ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା
ସିକ୍କିମ୍: ଭୀଷଣ ତୁଷାରପାତ ଯୋଗୁଁ ପୂର୍ବାଞ୍ଚଳର ସିକ୍କିମ୍ର ଉପରମୁଣ୍ଡ ଅନ୍ତର୍ଗତ ଛଗ୍ନୁରେ ଫସି ରହିଥିବା ୧୦୦୦ରୁ ଅଧିକ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ଉଦ୍ଧାର କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଉଦ୍ଧାର କରାଯାଇଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଅଛନ୍ତି ବୟୋବୃଦ୍ଧ ବ୍ୟକ୍ତି, ମହିଳା ଏବଂ ପିଲାମାନେ। ଏହା ପୂର୍ବରୁ ମାର୍ଚ ୧୨ ତାରିଖ ଦିନ ସିଭିଲ୍ ପୋଲିସ୍ ଏବଂ ପ୍ରଶାସନ ସହାୟତାରେ ଭାରତୀୟ ସେନା ପୂର୍ବାଞ୍ଚଳ ସିକ୍କିମ୍ରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଥିବା ୩୭୦ଜଣ ପର୍ଯ୍ୟଟଙ୍କୁ ଉଦ୍ଧାର କରିଥିଲେ ବୋଲି ଏକ ସରକାରୀ ବିବୃତିରେ ଉଲ୍ଳେଖ କରାଯାଇଥିଲା। ପର୍ଯ୍ୟଟକମାନେ ନାଟୁ ଓ ସୋମ୍ଗୋ (ଚଙ୍ଗୁ) ହ୍ରଦରୁ ଫେରୁଥିବା ବେଳେ ପ୍ରବଳ ତୁଷାରପାତ ଯୋଗୁଁ ୧୦୦ ଗାଡ଼ି ଫସି ରହିଥିଲା। ସିଭିଲ୍ ପୋଲିସ ଏବଂ ପ୍ରଶାସନ ସହାୟତାରେ ତ୍ରିଶକ୍ତି କର୍ପସ୍ର ଯବାନମାନେ ଉଦ୍ଧାର ଅଭିଯାନ ‘ଅପରେସନ୍ ହିମ୍ରାହତ୍’ ଆରମ୍ଭ କରିଥିଲେ। ଏହି ଅଭିଯାନ ମାର୍ଚ ୧୧ ତାରିଖ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା।