ଭାରତୀୟ ସେନାରେ ଜେଟପ୍ୟାକ ସୁଟ୍: ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ
ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ। ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି। ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍ ଭିତରେ। ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା। ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ। ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ।
ଏହି ସୁଟ୍ ମଧ୍ୟମରେ ସହଜରେ ଉଡ଼ିବା ଓ ଲ୍ୟାଣ୍ଡିଂ କରିବା ସମ୍ଭବ ହୋଇପାରିବ। କେବଳ ଏତିକି ନୁହେଁ ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ। ଏହି ମ୍ୟୁଲ ବିଭିନ୍ନ ପରିସ୍ଥିତିରେ ସ୍ବୟଂକ୍ରିୟ ଭାବେ ଗତି କରିପାରିବ। ଆଉ ଏହାକୁ ବି ସହଜରେ ଉଦ୍ଧାର କରାଯାଇପାରିବ।
କେବଳ ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା କ୍ଷମତା ଏହା ପାଖରେ ରହିଛି । ଆର୍ମେନିଆ- ଆଜରବୈଜାନ, ଋଷ-.ୟୁକ୍ରେନ ଯୁଦ୍ଧରୁ ମିଳିଥିବା ଅନୁଭୂତି ଅନୁସାରେ ଏହି ସାମଗ୍ରୀ ହାସଲ କରାଯିବ। ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ବାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି।