ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ଇଟାନଗର: ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ଅଞ୍ଚଳରେ ଏହି ହେଲିକପ୍ଟରଟି କ୍ରାସ ହୋଇଛି । ହେଲିକପ୍ଟରରେ କେତେ ଜଣେ ପାଇଲଟ ଥିଲେ ସେ ନେଇ ସ୍ପଷ୍ଟ ହୋଇନାହିଁ ।

ଖବର ପାଇ ଉଦ୍ଧାରିକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତ ପାଇଲ୍‌ଟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କେଉଁ ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣା ଘଟିଲା, ତାହାର ବିଶଦ ଅନୁସନ୍ଧାନ ଚାଲିରହିଛି।

Related Articles

Back to top button