ଚାର୍ଟଜିପିଟି ଓ ଡିପସିକ ଆଦି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ

ଚାର୍ଟଜିପିଟି ଓ ଡିପସିକ, ଗୁଗୁଲ ଜେମିନି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । ସରକାରୀ କର୍ମଚାରୀ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ । କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।କାର୍ଯ୍ୟାଳୟ ଓ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ହେବା ଆଶଙ୍କା ବଢ଼ିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ମୋବାଇଲରେ ବ୍ୟକ୍ତିଗତ ଆକାଉଁଟରେ ବ୍ୟବହାର ଉପରେ କୌଣସି କଟକଣା ନାହିଁ ।

Related Articles

Back to top button