ପାର୍ବଣ ଋତୁରେ ଟ୍ରେନ କୋଚ୍ ସଂଖ୍ୟା ବୃଦ୍ଧି କରିବ ରେଳବାଇ, ଯାତ୍ରୀ ପାଇବେ କନଫର୍ମ ସିଟ୍

ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଉପହାର ଆଣିଛି ଭାରତୀୟ ରେଳବାଇ। ଏଣିକି ଯାତ୍ରୀଙ୍କର ଦୂର ହୋଇଯିବ ୱେଟିଂ ଲିଷ୍ଟ (ଅପେକ୍ଷା ତାଲିକା) ସମସ୍ୟା। କାରଣ ଭାରତୀୟ ରେଳବାଇ ଟ୍ରେନ ଡବା ବୃଦ୍ଧି କରିବାକୁ ଯାଉଛି। ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବଢୁଛି। ଯେଉଁଥିପାଇଁ ଟ୍ରେନର ଅପେକ୍ଷା ତାଲିକା କ୍ରମାଗତ ଭାବେ ବୃଦ୍ଧି ପାଉଛି। ରେଳରେ କୋଚ୍ ବୃଦ୍ଧି କରିବା ପରେ ଅଧିକରୁ ଅଧିକ ଯାତ୍ରୀ କନଫର୍ମ ସିଟ୍ ପାଇବେ।

ଉତ୍ତର ପଶ୍ଚିମ ରେଳ କୋଚ୍ ବିକାନେର-ଦାଦର ଟ୍ରେନ୍, ଉଦୟପୁର ସିଟି-ଦିଲ୍ଲୀ ସାରହି ରୋହିଲା ଟ୍ରେନ୍ ଓ ଉଦୟପୁର ସିଟି-ଖଜୁରାହୋ ଭଳି ଅନେକ ଟ୍ରେନ ଡବା ବୃଦ୍ଧି କରିବାକୁ ଘୋଷଣା କରିଛି ଭାରତୀୟ ରେଳବାଇ।

ବିକାନେର-ଦାଦର-ବିକାନେର ଟ୍ରେନ୍

ବିକାନେରରୁ ଦାଦରକୁ ଯାଉଥିବା ଟ୍ରେନ୍ ନମ୍ବର – 14707, ସେପ୍ଟେମ୍ବର 17 ଓ 18 ରୁ ଗୋଟିଏ ସେକେଣ୍ଡ ସ୍ଲିପର କ୍ଲାସ କମ୍ପାର୍ଟମେଣ୍ଟ ସାମୟିକ ଭାବେ ବୃଦ୍ଧି କରାଯାଇଛି। ସେହିଭଳି ଦାଦରରୁ ବିକାନେର ପର୍ଯ୍ୟନ୍ତ ଯାଉଥିବା ଟ୍ରେନ୍ ନମ୍ବର – 14708, ସେପ୍ଟେମ୍ବର 18 ଏବଂ 19 ରୁ ଗୋଟିଏ ସେକେଣ୍ଡ ସ୍ଲିପର କ୍ଲାସ କମ୍ପାର୍ଟମେଣ୍ଟ ବୃଦ୍ଧି କରାଯାଇଛି।

ଉଦୟପୁର ସିଟି-ଦିଲ୍ଲୀ ସାରାଇ ରୋହିଲା-ଉଦୟପୁର ସିଟି ଟ୍ରେନ୍

ଉଦୟପୁର ସହରରୁ ଦିଲ୍ଲୀ ସରାଇ ରୋହିଲା ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ ନମ୍ବର- 20474, ସେପ୍ଟେମ୍ବର 17 ରୁ 20 ପର୍ଯ୍ୟନ୍ତ ଗୋଟିଏ ସେକେଣ୍ଡ ସ୍ଲିପର୍ କ୍ଲାସ୍ କୋଚ୍ ସହିତ ସାମୟିକ ଭାବେ ବୃଦ୍ଧି କରାଯାଇଛି। ସେହିଭଳି ଦିଲ୍ଲୀ ସାରାଇ ରୋହିଲା ଠାରୁ ଉଦୟପୁର ସିଟି ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ ନମ୍ବର 20473 ର ସେପ୍ଟେମ୍ବର 19 ରୁ 22 ତାରିଖ ପର୍ଯ୍ୟନ୍ତ ଗୋଟିଏ ସେକେଣ୍ଡ ସ୍ଲିପର୍ କ୍ଲାସ୍ କମ୍ପାର୍ଟମେଣ୍ଟ ଅସ୍ଥାୟୀ ଭାବେ ବୃଦ୍ଧି କରାଯାଇଛି।

Related Articles

Back to top button