
ଭାରତର ପ୍ରଥମ ପୁନଃ ବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ୍ କରାଯାଇଛି ସଫଳ ଉତ୍କ୍ଷେପଣ
ଭାରତର ପ୍ରଥମ ପୁନଃ ବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ୍ RHUMI-1ର ସଫଳ ଉତ୍କ୍ଷେପଣ କରାଯାଇଛି। ଚେନ୍ନାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ସ୍ପେଶ ଜୋନ ଇଣ୍ଡିଆ ଏବଂ ମାର୍ଟିନ ଗ୍ରୁପର ମିଳିତ ଉଦ୍ୟମରେ ଏହି ରକେଟ୍ ନିର୍ମାଣ କରାଯାଇଛି। ଏକ ଭ୍ରାମ୍ୟମାଣ ଲଞ୍ଚର ଜରିଆରେ ଚେନ୍ନାଇରେ ଶନିବାର ସକାଳ ପ୍ରାୟ ୭ଟା ୨୫ରେ ଏହାକୁ ଉତ୍କ୍ଷେପଣ କରାଯାଇଥିଲା। ୩.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ହାଇବ୍ରିଡ୍ ରକେଟରେ ୫୦ଟି PICO ସାଟେଲାଇଟ୍ ଏବଂ ୩ଟି କ୍ୟୁବ୍ ସାଟେଲାଇଟ୍ ଉତକ୍ଷେପଣ କରାଯାଇ କକ୍ଷପଥରେ ଅବସ୍ଥାପିତ କରାଯାଇପାରିବ ବୋଲି ସ୍ପେଶ ଜୋନ ଇଣ୍ଡିଆର ସିଇଓ ତଥା ପ୍ରତିଷ୍ଠାତା ଆନନ୍ଦ ମେଗାଲିଙ୍ଗମ କହିଛନ୍ତି।