ଭାରତର ପ୍ରଥମ ମହାକାଶ ଯାନ ଆଦିତ୍ୟ ଏଲ୍୧ ସୂର୍ଯ୍ୟଙ୍କ ନିକଟତର ହୋଇଛି
ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାର ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବା ଲାଗି ମହାକାଶ ପଠାଯାଇଥିବା ଭାରତର ପ୍ରଥମ ମହାକାଶ ଯାନ ଆଦିତ୍ୟ ଏଲ୍୧ ଏହାର ଶେଷ ପର୍ଯ୍ୟାୟ ପାଖାପାଖି ପହଞ୍ଚିଛି । ଏହା ଏଲ୍ ୧ ବିନ୍ଦୁରେ ପ୍ରବେଶ କରିବାର ପ୍ରକ୍ରିୟା ୭ ଜାନୁୟାରୀ ୨୦୨୪ ସୁଦ୍ଧା ପୁରା ହୋଇଯିବ । ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ କହିଛନ୍ତି ଆଦିତ୍ୟ ଏବେ ରାସ୍ତାରେ ଅଛି । ମୋତେ ଲାଗୁଛି କି ଏହା ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି ।
ଇସ୍ରୋ ମୁଖ୍ୟ କହିଛନ୍ତି ମହାକାଶ ଯାନର ଏଲ୍ ୧ ବିନ୍ଦୁରେ ପ୍ରବେଶର ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହା ୭ ଜାନୁୟାରୀ ୨୦୨୪ ସୁଦ୍ଧା ଶେଷ ହୋଇଯିବ । ୨ ସେପ୍ଟେମ୍ବରରେ ଆଦିତ୍ୟ ଏଲ୧କୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାପୂର୍ବକ ପ୍ରକ୍ଷେପଣ କରାଯାଇଥିଲା । ଏହି ମହାକାଶ ଯାନ ୧୨୫ ଦିନରେ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଏଲ୍ ୧ ବିନ୍ଦୁ ନିକଟରେ ଥିବା ପ୍ରଭାମଣ୍ଡଳ କକ୍ଷରେ ସ୍ଥାପିତ ହେବ ।
ଏଠାରେ ସୂଚାଇ ଦିଆଯାଇପାରେ କି ଏଲ୍ ୧ ବିନ୍ଦୁକୁ ସୂର୍ଯ୍ୟଙ୍କ ସବୁଠାରୁ ନିକଟତର ମନେ କରାଯାଉଛି । ଆଦିତ୍ୟ ଏଲ୍ ୧ ସୂର୍ଯ୍ୟଙ୍କ ରହସ୍ୟ ଜାଣିବା ପାଇଁ ବିଭିନ୍ନ ପ୍ରକାର ଅଧ୍ୟୟନ କରିବା ସହିତ ବିଶ୍ଲେଷଣ ଲାଗି ବିଭିନ୍ନ ଫଟୋ ପୃଥିବୀ ପୃଷ୍ଠକୁ ପଠାଇବ ।