ସାର୍ବଜନୀନ ହେବ ଜ୍ଞାନବ୍ୟାପୀ ମସଜିଦ ASI ରିପୋର୍ଟ

ବୁଧବାର ବାରାଣାସୀ ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀ ମସଜିଦ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ଜ୍ଞାନବ୍ୟାପୀ କେସ୍‌ରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI)ର ବୈଜ୍ଞାନିକ ସର୍ଭେ ରିପୋର୍ଟକୁ ଗ୍ରହଣ କରାଯାଇଛି ଓ ଏହାକୁ ଉଭୟ ପକ୍ଷ ସାମ୍ନାରେ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ଷେତ୍ରରେ ସଂପୃକ୍ତ ପକ୍ଷ ଏ ସମ୍ବନ୍ଧରେ ନିଜ ନିଜର (ASI) ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି ।ତେବେ ପ୍ରାୟ ମାସକ ପରେ କୋର୍ଟ ଏହି ରାୟ ଦେଇଛନ୍ତି । ଏଏସ୍‌ଆଇ ପକ୍ଷରୁ ଜ୍ଞାନବ୍ୟାପୀ ମସଜିଦ୍ ଉପରେ ଏହାର ବୈଜ୍ଞାନିକ ଅଧ୍ୟୟନ ରିପୋର୍ଟ ଉପସ୍ଥାପନ କରାଯିବା ପରେ କୋର୍ଟ ଏହି ରାୟ ରଖିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଡିସେମ୍ବର ୧୮ରେ ଏଏସଆଇ ସିଲଡ୍ କଭରରେ କୋର୍ଟ ପାଖରେ ରିିପୋର୍ଟ ଉପସ୍ଥାପନ କରିଥିଲେ ।

କୋର୍ଟରେ ରିପୋର୍ଟ ଉପସ୍ଥାପନ ପରେ ଓକିଲ ବିଷ୍ଣୁ ଶଙ୍କର ଜୈନ ଜ୍ଞାନବ୍ୟାପୀ କେସ୍‌ରେ ହିନ୍ଦୁ ପକ୍ଷରୁ ଉପସ୍ଥାପନ କରି ଏକ ଯାଚିକା ଦାଖଲ କରିଥିଲେ । ଏହି ଯାଚିକାରେ ସେ ଆବେଦନ କରିଥିଲେ କି ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରାଯାଉ । କିନ୍ତୁ ASIଏହି ରିପୋର୍ଟକୁ ସର୍ବସାଧାରଣ କରାଯାଉ ବୋଲି ଚାହୁଁନାହାନ୍ତି । ଏହି ସଂପର୍କରେ ଏଏସଆଇର ଏକ ପ୍ୟାନେଲ ରିପୋର୍ଟକୁ ସାର୍ବଜନୀନ କରିବାରେ ବିଳମ୍ବ କରାଯାଉ ବୋଲି କହିଛନ୍ତି । ଏଏସଆଇ କହିଛି ଏହି ରିପୋର୍ଟକୁ ସାର୍ବଜନୀନ କରାଯିବା ଦ୍ୱାରା ଏହା ଗୁଜବ ଓ ଭ୍ରମାତ୍ମକ ତଥ୍ୟ ପ୍ରସାର କରିବ ।

Related Articles

Back to top button