୨୦୨୨-୨୩ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୁର୍ବାନୁମାନକୁ ବଢାଇଲା ବିଶ୍ୱବ୍ୟାଙ୍କ

ନୁଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩ ପାଇଁ ଭାରତର ଆଭିବୃଦ୍ଧିକୁ ପୁନଃ ଆକଳନ କରି ବଢାଇ ଦେଇଛି ବିଶ୍ୱବ୍ୟାଙ୍କ। ୨୦୨୨-୨୩ ପାଇଁ ଭାରତର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ ବିଶ୍ୱବ୍ୟାଙ୍କ କହିଛି ଯେ, ଆମେରିକା, ୟୁରୋପ ଏବଂ ଚୀନ ସହିତ ଘଟଣାକ୍ରମରେ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାବାଦ୍ ଭାରତ ସରକାର ୬.୪ ରାଜକୋଷର ନିଅଣ୍ଟକୁ ମଧ୍ୟ ହ୍ରାସ କରିବା ଦିଗରେ ଆଗେଇ ଚାଲିଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେ, ଜାରି ରହିଥିବା ଆର୍ଥୀକ ବର୍ଷରେ ଭାରତରେ ମୁଦ୍ରାସ୍ପିତି(ଦରଦାମ୍‌) ହାର ୭.୧ ପ୍ରତିଶତ ରହିବ। ତେବେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ହାରଠାରୁ ଅଧିକ ରହିଛି।

ବିଶ୍ୱବ୍ୟାଙ୍କ ଗତ ଅକ୍ଟୋବରରେ ମାସରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱରେ କଡାକଡି ହେଉଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଭାରତର ଆଭିବୃଦ୍ଧିକୁ ୬.୫% କୁ କମାଇ ଦେଇଥିଲା । ଯାହା ପୁର୍ବରୁ ୭.୧% ଥିଲା । ଏବେ ପୁଣିଥରେ ବିଶ୍ୱବ୍ୟାଙ୍କ ଏହାର ପୁର୍ବାନୁମାନକୁ ବଦଳାଇ ଦେଇଛି ।

ବିଶ୍ୱବ୍ୟାଙ୍କ ବରିଷ୍ଠ ଅର୍ଥଶାସ୍ତ୍ରୀ ଧୃବ ଶର୍ମା କହିଛନ୍ତି ଯେ, ଆଜିଠାରୁ ୧୦ ବର୍ଷ ପୁର୍ବର ଭାରତ ତୁଳନାରେ ଆଜିର ଭାରତ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ଗ୍ରହଣ କରାଯାଇଥିବା ପଦକ୍ଷେପ କାରଣରୁ ଆଜି ବିଶ୍ୱରେ ଅନେକ ନକରାତ୍ମକ ସ୍ଥିତିରେ ଭାରତକୁ ଏହା ସାହାଯ୍ୟ କରୁଛି । ବିଶ୍ୱ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀ ଅଗଷ୍ଟେ ଟାନୋ କାଉମେ କହିଛନ୍ତି, ‘ଭାରତ ଅତ୍ୟନ୍ତ ମହତ୍ୱାକାଂକ୍ଷୀ। ଅର୍ଥବ୍ୟବସ୍ଥାକୁ ସୁଦୃଢ଼଼ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ବର୍ତ୍ତମାନ ଏହାକୁ ଦ୍ରୁତ ଗତିରେ ଆଣିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି ।

Related Articles

Back to top button