
ସାମରିକ ଆକ୍ରମଣ କ୍ଷେତ୍ରରେ ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ଡକ୍ଟର ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍.ଜୟଶଙ୍କର କହିଛନ୍ତି, ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭାରତର ଉଦ୍ଦେଶ୍ୟ ନୁହେଁ। ତେବେ ସାମରିକ ଆକ୍ରମଣ କ୍ଷେତ୍ରରେ ଦୃଢ଼ ଜବାବ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀରେ ଭାରତ-ଇରାନ୍ ବିଂଶତମ ଯୁଗ୍ମ ଆୟୋଗ ବୈଠକରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର ସୟଦ ଆବାସ ଅର୍ଘାଚିଙ୍କ ସହ ସହ-ଅଧ୍ୟକ୍ଷତା କରି ଡକ୍ଟର ଜୟଶଙ୍କର ଏହା କହିଛନ୍ତି।ପହଲଗାମ ଆତଙ୍କାବଦୀ ଆକ୍ରମଣ ଘଟଣା ଭାରତକୁ ସୀମାପାର ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ବାଧ୍ୟ କରିଥିଲା। ଡକ୍ଟର ଜୟଶଙ୍କର କହିଛନ୍ତି, ଶ୍ରୀ ଅର୍ଘାଚି ଏଭଳି ଏକ ସମୟରେ ଭାରତ ଗସ୍ତରେ ଆସିଛନ୍ତି, ଯେତେବେଳେ ଭାରତ ଏକ ଅମାନୁଷିକ ଆତଙ୍କବାଦୀ ଆକ୍ରମଣର ଜବାବ ଦେଉଛି।
ଏକ ପଡ଼ୋଶୀ ଏବଂ ଘନିଷ୍ଠ ସହଯୋଗୀ ଭାବରେ ତେହରାନ ଏହି ପରିସ୍ଥିତି ଭଲଭାବରେ ହୃଦୟଙ୍ଗମ କରିବା ଦରକାର ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଉଭୟ ଦେଶ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛି। ଶ୍ରୀ ଅର୍ଘାଚି ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଭାରତ ଗସ୍ତ।