୨୦୨୪ ସୁଦ୍ଧା ପିଇବା ପାଣି କ୍ଷେତ୍ରରେ ୨୧ ହଜାର କୋଟି ଟଙ୍କା ନିବେଶ କରିବ ଭାରତ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ନୂଆଦିଲ୍ଳୀ: ୨୦୨୪ ସୁଦ୍ଧା ପିଇବା ପାଣି ସେକ୍ଟରରେ ଭାରତ ୨୧୦ ଡଲାର (୨୧ ହଜାର କୋଟି ଟଙ୍କା) ନିବେଶ କରିବ। ଯାହାକି ବିଶ୍ବରେ ସର୍ବୋଚ୍ଚ। କୋଏମ୍ବାଟୁର ନଭେମ୍ବର ୨୬ ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ଏନେଇ ସୂଚନା ଦେଇଛନ୍ତି, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ କହିଛନ୍ତି। ଇଶା ଲିଡରସିପ୍ ଏକାଡେମୀ କାର୍ଯ୍ୟକ୍ରମ ’’ ଇଶା ଇନସାଇଟ: ଦ ଡିଏନଏ ଅଫ୍ ସକ୍ସେସରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜଳପରିଚାଳନା ଆମର ସାମୂହିକ ଦାୟିତ୍ବ।

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ଜଗ୍ଗି ବାସୁଦେବଙ୍କ ସହ କଥାବାର୍ତ୍ତା ସମୟରେ ସେ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା ଜଳ ଜୀବନ ମିଶନ ଉପରେ ଆଲୋକପାତ କରାଇଥିଲେ। ଏହି ମିଶନର ଲକ୍ଷ୍ୟ ରହିଛି ୨୦୨୪ ସୁଦ୍ଧା ଗ୍ରାମୀଣ ଅଞ୍ଚଳରେ ସୁରକ୍ଷିତ ତଥା ପର୍ଯ୍ୟାପ୍ତ ପାନୀୟ ଜଳ ଘର ଘରକୁ ଟ୍ୟାପ୍ ରେ ପହଞ୍ଚାଇବା। ଏହି ଯୋଜନାକୁ ସଦଗୁରୁ ମଧ୍ୟ ପ୍ରଶଂସା କରିଛନ୍ତି। ଜଳ ଜୀବନ ମିଶନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫୪ ପ୍ରତିଶତ ଭାରତୀୟ ବର୍ତ୍ତମାନ ଟ୍ୟାପ୍ ଯୋଗେ ଜଳ ପାଉଛନ୍ତି, ଯାହାକି ୨୦୧୯ ରେ ମାତ୍ର ୧୬ ପ୍ରତିଶତ ଥିଲା।

ତେବେ କେବଳ ଯେ, ପାଣି ପହଞ୍ଚାଇବା ତାହା ନୁହେଁ ବରଂ ଏହାର ମାନ ବଜାୟ ରଖିବା ମଧ୍ୟ ଏହି ମିଶନର ଏକ ଅଂଶ। ମନ୍ତ୍ରାଳୟ ଗ୍ରାମୀଣ ସମ୍ପ୍ରଦାୟ ସହ ଯୋଡ଼ି ହୋଇ ପାନୀୟ ଜଳ ଯୋଗାଣରେ ବ୍ୟବହାର ହେଉଥିବା ଟେକ୍ନୋଲୋଜୀର ଲାଭ ଉଠାଇବା ସହ, ଜଳ ଏବଂ ପରିମଳ ବ୍ୟବସ୍ଥାକୁ ନେଇ ଗାଁ ଗାଁ’ରେ କମିଟି ଗଠନ କରାଯାଉଥିବା କଥା କହିଛନ୍ତି। ଏହି କମିଟିରେ ୨୧ ମେମ୍ବର ରହିଛନ୍ତି ଯେଉଁଥରେ ଅଧା ମହିଳା ରହିଛନ୍ତି। ସେମାନଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Related Articles

Back to top button