ଚୀନ ଗତିବିଧି ଉପରେ ନଜର ରଖୁଛି ଭାରତର ସର୍ଭିଲାନ୍ସ ଉପଗ୍ରହ ‘ରୁକ୍ମିଣୀ’ ଏବଂ ‘ଏନଗ୍ରୀ ବାର୍ଡ’

ନୂଆଦିଲ୍ଲୀ:  ଭାରତର ସର୍ଭିଲାନ୍ସ ଉପଗ୍ରହ ଜିସାଟ-୭ ରୁକ୍ମିଣୀ ଭାରତୀୟ ନୌସେନା ପାଇଁ ଏକ ଗୁପ୍ତ ଆଖି ପରି କାମ କରୁଛି । ମୁଖ୍ୟତଃ ଜିସାଟ-୭ଏ (ଏନଗ୍ରୀ ବର୍ଡ) ସହ ମିଶି ହିନ୍ଦ ମହାସାଗରେ ଚୀନର ଗତିବିଧି ଉପରେ ନଜର ରଖୁଛି । ଏହି ଦୁଇ ସାଟେଲାଇଟକୁ ମୁଖତଃ ଭାରତୀୟ ନୌସେନା ଏବଂ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଜିସାଟ-୭କୁ ୨୦୧୩ରେ ପଠାଯାଇଥିଲା ଏବଂ ଏହାକୁ ରୁକ୍ମିଣୀ ବୋଲି ମଧ୍ୟ କୁହାଯାଏ । ଏହା ଏପରି ଏକ ସାଟେଲାଇଟ ଯାହାକୁ ନୌସେନା ପ୍ରଥମ ଥର ବ୍ୟବହାର କରିଥିଲା ।

ଅନ୍ୟପଟେ ଜିସାଟ-୭ଏକୁ ୨୦୧୮ରେ ମହାକାଶକୁ ପଠାଯାଇଥିଲା ଏବଂ ଏହାକୁ ଏନଗ୍ରୀ ବାର୍ଡ କୁହାଯାଏ। ଏହି ସାଟେଲାଇଟ ସମ୍ପୂର୍ଣ୍ଣ ରୂପେ ବାୟୁସେନା ପାଇଁ ସମର୍ପିତ ଅଟେ । ଏହା ବାୟୁସେନାର ଅନେକ ପ୍ଲାଟଫର୍ମ ଯେପରି ଏୟାରକ୍ରାଫ୍ଟ, ଚପର୍ସ, ଡ୍ରୋନ, ଏୟରବୋର୍ନ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ଏବଂ ରାଡାରକୁ ପରସ୍ପର ଯୋଡିଥାଏ। ବର୍ତ୍ତମାନ ସମୟରେ ବାୟୁସେନା ଜିସାଟ-୭ଏର ୩୦ ପ୍ରତିଶତ ସଂଚାର କ୍ଷମତାର ଉପଯୋଗ କରୁଛି ।

ନିକଟରେ ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫ ଶ୍ରୀଲଙ୍କାର ହମ୍ୱନଟୋଟା ବନ୍ଦରରେ ପହଞ୍ଚିଛି । ଏହି ଗୁପ୍ତଚର ଜାହାଜ ବାଲେଷ୍ଟିକ ମିଶାଇଲ ଏବଂ ସାଟେଲାଇଟକୁ ଟ୍ରାକ୍ କରିଥାଏ। ଏହି ଜାହଜରେ ଲାଗିଥିବା ଟ୍ରାକିଂ ସିଷ୍ଟମ ତଟବର୍ତ୍ତୀ ଅଞ୍ଚଳରେ ଭାରତର ସୁରକ୍ଷା ଭିତ୍ତିଭୂମିର ସୂଚନା ସଂଗ୍ରହ କରିପାରେ ବୋଲି ଭାରତ ଆଶଙ୍କା ପ୍ରକାଶ କରିଥିଲା । ଅନ୍ୟପଟେ ଭାରତର ଏହି ଦୁଇ ଗୁପ୍ତ ଆଖି ଚୀନର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।

Related Articles

Back to top button