ଭୁଲ୍‌ରେ ପାକିସ୍ତାନକୁ କ୍ଷେପଣାସ୍ତ୍ର ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ୩ ସେନାଧିକାରୀଙ୍କୁ ବରଖାସ୍ତ କଲା ଭାରତୀୟ ବାୟୁସେନା। ଭାରତ ପକ୍ଷରୁ ଭୁଲରେ ପାକିସ୍ତାନକୁ କ୍ଷେପଣାସ୍ତ୍ର ମାଡ଼ ହେବା ଘଟଣାରେ ବାୟୁସେନା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଳିତ ବର୍ଷ ଆରମ୍ଭରେ ଭାରତର ଏକ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଭୁଲ୍‌ରେ ପାକିସ୍ତାନକୁ ଉତକ୍ଷେପଣ କରାଯାଇଥିଲା। ବାୟୁ ସେନା କହିଛି ‘’ଏକ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଭୁଲ୍‌ରେ ୨୦୨୨ ମାର୍ଚ୍ଚ ୯ ରେ ଉତକ୍ଷେପଣ କରାଯାଇଥିଲା। ଏହି ଘଟଣା ପାଇଁ ଦାୟି ଥିବା ୩ ଅଧିକାରୀଙ୍କ ସେବାକୁ ତତ୍କାଳୀନ ପ୍ରଭାବ ପାଇଁ ସମାପ୍ତ କରାଯାଇଛି”। ସୂଚନାଥାଉକି, ବାୟୁସେନା ମୁଖ୍ୟ କାର୍ଯ୍ୟାୟର ଜଣେ ଏୟାର୍‌ ଭାଇସ୍‌ ମାର୍ଶାଲଙ୍କୁ ବ୍ରହ୍ମୋସ ସୁପର ସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ର ଅଚାନକ ଫାଇରିଙ୍ଗ୍‌ ପାଇଁ ଦାୟୀ କରା ଯାଇଥିଲା। କିନ୍ତୁ ସବିଶେଷ ତଦନ୍ତ ପରେ ଏହି ୩ ସେନାଧିକାରୀ ସେହି ଉତକ୍ଷେପଣ ପାଇଁ ଦାୟି ବୋଲି ଜଣା ପଡ଼ିଛି।

ସୂଚନାଥାଉକି, ମାର୍ଚ୍ଚ ୯ରେ ଭୁଲ୍‌ରେ ଏକ ମିଶାଇଲ୍‌ ପାକିସ୍ତାନର ସୀମା ଭିତରେ ପଡ଼ିଥିଲା। ପାକିସ୍ତାନ ଏହି ମାମଲାକୁ ନେଇ ପ୍ରଶ୍ନ କରିବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଏହାର ବିସ୍ତୃତ ବିବରଣୀ ଦେଇଥିଲେ। ସେ କହିଥିଲେ ଯେ ପାକିସ୍ତାନକୁ ଭୁଲରେ ମିଶାଇଲ୍‌ ମାଡ଼ ହେବା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଛି। ସେହିପରି ସେ ରାଜ୍ୟ ସଭାରେ କହିଥିଲେ ଯେ, ଦୁର୍ଭାଗ୍ୟବସତଃ ମାର୍ଚ୍ଚ ୯ରେ ଗୋଟିଏ ମିଶାଇଲ୍ ଲଞ୍ଚ ହୋଇଛି। ନିୟମିତ ନିରିକ୍ଷଣ ସମୟରେ ଏପରି ଘଟଣା ହୋଇଛି। ଏହା ପାକିସ୍ତାନରେ ଯାଇ ପଡ଼ିଛି ବୋଲି ପରେ ଆମକୁ ଜଣାପଡ଼ିଥିଲା।

ଅନ୍ୟପଟେ ପାକିସ୍ତାନ କହିଥିଲାଯେ ”୪୦ହଜାର ଫୁଟ୍‌ ଉଚ୍ଚତା ଓ ଶବ୍ଦର ୩ ଗୁଣା ଗତିରେ ତାର ବିମାନ ବନ୍ଦର ଭିତରେ ମିଶାଇଲ୍‌ଟି ୧୦୦ କିମି ପର୍ଯ୍ୟନ୍ତ ଉଡ଼ିଥିଲା। ମିଶାଇଲ୍‌ରେ କୌଣସି ବାର୍‌ ହେଡ୍‌ ନଥିବାରୁ ଏହା ବିସ୍ଫୋରଣ ହୋଇନଥିଲା”। ମିଶାଇଲ୍‌ଟି ପାକିସ୍ତାନ୍‌ର ମିଆଁ ଚନ୍ନୁ ସହରରେ ପଡ଼ିଥିଲା। କିନ୍ତୁ ଏହି ଘଟଣା ପାଇଁ ଭାରତ ଦୁଃଖ ପ୍ରକାଶ କରିଥିଲା।

Related Articles

Back to top button