ଫେବୃଆରୀରେ ଭାରତରେ ବେକାରୀ ହାର ୭.୪୫% ବୃଦ୍ଧି

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଭାରତରେ ବେକାରୀ ହାର ପୁଣି ବୃଦ୍ଧି ପାଇଛି । ଜାନୁଆରୀ ମାସରେ ଭାରତରେ ୩.୧୫ କୋଟି ଲୋକେ ବେରୋଜଗାର ଥିବା ବେଳେ ଫେବୃଆରୀ ମାସରେ ଏହା ୩.୩୦ କୋଟିକୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ବଡ଼ ଧରଣର ବେରୋଜଗାର ବୃଦ୍ଧି କାରଣରୁ ଏହି ସଂଖ୍ୟାରେ ମଧ୍ୟ ବୃଦ୍ଧି ଆସିଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) କହିବା ମୁତାବକ ବେରୋଜଗାର ହାର ଗତ ୪ ମାସ ହେବ ହ୍ରାସ ପାଉଥିଲା।

CMIE ଅନୁଯାୟୀ ସାପ୍ତାହିକ ଶ୍ରମ ବଜାରରେ ଭାରତର ଶ୍ରମ ଦିବସ ହାର ଗତ ମାସରେ ଫେବୃଆରୀରେ ୩୯.୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଜାନୁଆରୀ ୨୦୨୩ ରେ ଏହା ୩୯.୮ ପ୍ରତିଶତ ଥିଲା। ଏହା ସହିତ ଶ୍ରମ ଶକ୍ତି ୪୪୦.୮ ମିଲିୟନରୁ ୪୪୨.୯ ମିଲିୟନକୁ ବୃଦ୍ଧି ପାଇଛି । ତେବେ କେବଳ ୦.୬ ନିୟୁତ ଲୋକ ଚାକିରୀ ପାଇବାରେ ସକ୍ଷମ ହୋଇଛନ୍ତି ବୋଲି ସେ କହିଛନ୍ତି । ଅବଶିଷ୍ଟ ୧.୫ ମିଲିୟନ୍ ଲୋକ ବେକାର ରହିଛନ୍ତି । ଯେଉଁ କାରଣରୁ ଫେବୃଆରୀରେ ବେକାରୀ ହାର ବୃଦ୍ଧି ପାଇଛି ବୋଲି ଏହା ସ୍ପଷ୍ଟ କରିଛି ।

ଭାରତର ଗ୍ରାମାଞ୍ଚଳରେ ବେକାରୀ ହାର ଜାନୁଆରୀରେ ୬.୪୮ ପ୍ରତିଶତରୁ ଫେବୃଆରୀରେ ୭.୨୩ ପ୍ରତିଶତକୁ ବୃଦ୍ଧି ପାଇଛି । ଅର୍ଥାତ୍ ୨.୩ ନିୟୁତ ବେକାର ଲୋକ ବେରୋଜଗାର ରହିଛନ୍ତି । ତେବେ ଗତ ଚାରି ମାସ ଧରି ବେକାରୀ ହାର ହ୍ରାସ ପାଉଥିବାରୁ ଫେବୃଆରୀରେ ବେକାରୀ ହାର ବୃଦ୍ଧି ଆଶ୍ଚର୍ଯ୍ୟଜନକ ମନେହୁଏ ।

Related Articles

Back to top button