
ଅଲିମ୍ପିକ୍ସରେ ଭାରତର କିସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ଲାଗିଛି ଶକ୍ତ ଝଟକା
ଅଲିମ୍ପିକ୍ସରେ ଭାରତର କିସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ଲାଗିଛି ଶକ୍ତ ଝଟକା। ଧାର୍ଯ୍ୟ ସୀମାଠାରୁ ସେ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାଫଳରେ ବିନା ପଦକରେ ସ୍ୱଦେଶ ଫେରିବେ ବିନେଶ। ତେବେ ବିନେଶଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସେମି ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ ବିନେଶ। ଏହାପରେ ରାତିରେ ସେ ଯାହା ଡାଏଟ ନେଇଥିଲେ ସେଥିରେ ତାଙ୍କର ଓଜନ ବୃଦ୍ଧି ହୋଇଥିବା ବିନେଶ ନିଜେ ଓ ତାଙ୍କ କୋଚ ଜାଣିପାରିଥିଲେ। ଏହାପରେ ରାତି ସାରା ଓଜନ କମ କରାଇବା ପାଇଁ ବ୍ୟାୟାମ କରିଥିଲେ। ଫଳରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ଏଥିାପଇଁ ବିନେଶଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭତ୍ତି କରାଯାଇଛି।ବିନେଶ ଅଯୋଗ୍ୟ ଘୋଷତି ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଆଶ୍ୱସନା ଦେଇଛନ୍ତି। ମୋଦୀ କହିଛନ୍ତି ‘ବିନେଶ ଆପଣ ଚାମ୍ପଆନ୍। ସବୁ ଭାରତୀୟଙ୍କ ପାଇଁ ଆପଣ ଗର୍ବ, ମୋ ପାଖରେ ଶବ୍ଦ ନାହିଁ ବୟାନ କରିବାକୁ। ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ, ହେଲେ ଏଥିରୁ ବାହାରି ଆହୁରି ମଜବୁତ ହେବେ।