
ଇନ୍ଦୋର ଭାରତର ସବୁଠାରୁ ସ୍ଵଚ୍ଛ ସହର
ନୂଆଦିଲ୍ଲୀ : ନିଜକୁ ଫିଟ ରଖିବା ପାଇଁ ହେଲେ ଆମକୁ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେବାକୁ ହେଇଥାଏ। ତେବେ ଆମ ସହର ଯେତେ ପୁରିସ୍କାର ରହିବ ଆମେ ସେତେ ସୁସ୍ଥ ବାତାବରଣରେ ରହିବାକୁ ସମୟ ପାଇଥାଉ। ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରର ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷେଣ ରିପୋର୍ଟ ପ୍ରକାଶ ପାଇଛି। କ୍ରମାଗତ ଷଷ୍ଠ ଥର ପାଇଁ ଇନ୍ଦୋର ସବୁଠାରୁ ସ୍ଵଚ୍ଛ ସହର ଭାବରେ ମନୋନୀତ ହୋଇଛି। ଏହା ପରେ ଦ୍ୱିତୀୟ ସ୍ଥାନରେ ସୁରଟ ଏବଂ କ୍ରମାଗତ ଭାବେ ତୃତୀୟ ସ୍ଥାନରେ ରହିଛି ମୁମ୍ବାଇ। ମଧ୍ୟପ୍ରଦେଶ ‘ସ୍ଵଚ୍ଛ ସୁରକ୍ଷକ ପୁରସ୍କାର ୨୦୨୨’ ଶ୍ରେଷ୍ଠ ପ୍ରଦର୍ଶନ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି, ତା’ପରେ ଛତିଶଗଡ ଏବଂ ମହାରାଷ୍ଟ୍ର ରହିଛି।
ଚଳିତ ବର୍ଷ ବଡ ସହର ବର୍ଗରେ ଇନ୍ଦୋର ଏବଂ ସୁରଟ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିଜୟୱାଡା ତୃତୀୟ ସ୍ଥାନ ହରାଇଛନ୍ତି। ନାଭି ମୁମ୍ବାଇ ତୃତୀୟ ସ୍ଥାନ ଅକ୍ତିଆର କରିଛି। ସର୍ବେକ୍ଷଣ ଫଳାଫଳ ଅନୁଯାୟୀ, ୧୦୦୦ରୁ କମ୍ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଥିବା ରାଜ୍ୟମାନଙ୍କ ମଧ୍ୟରେ ତ୍ରିପୁରା ଶୀର୍ଷରେ ରହିଛି। ଶନିବାର ଏଠାରେ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।ULB ର ମାନ୍ୟତା ଦୁଇଟି ଶ୍ରେଣୀ ଅଧୀନରେ କରାଯାଇଛି – ଏକ ଲକ୍ଷରୁ ଅଧିକ ଏବଂ ଏକ ଲକ୍ଷରୁ କମ୍ । ଏକ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ULB ମଧ୍ୟରେ, ଶ୍ରେଷ୍ଠ ପାଞ୍ଚଟି ଶୁଦ୍ଧ ସହର ମଧ୍ୟରୁ ଚାରିଟି ମହାରାଷ୍ଟ୍ରର ଅଟେ, ଯାହା ପ୍ରାୟ ୨୦୨୨ ର ଧାରା ସହିତ ସମାନ।
ସୂଚନା ମୁତାବକ ମହାରାଷ୍ଟ୍ରର ପଞ୍ଚଗାନି ଏକ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ପ୍ରଥମ ସ୍ଥାନରେ ରହିଛି। ଏହା ପରେ ଛତିଶଗଡର ପାଟନ (ଏନପି) ଏବଂ ମହାରାଷ୍ଟ୍ରର କରହଡ଼ ରହିଛି। ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଗଙ୍ଗା କୂଳରେ ସ୍ଥିତ ସବୁଠୁ ସ୍ଵଚ୍ଛ ସହର ହୋଇପାରିଛି ହରିଦ୍ୱାର। ଏହା ପରେ ବାରାଣସୀ ଏବଂ ଋଷିକେଶ ରହିଛି । ସର୍ବେକ୍ଷଣର ଫଳାଫଳ ଅନୁଯାୟୀ, ଜନସଂଖ୍ୟା ଏକ ଲକ୍ଷରୁ କମ୍ ଗଙ୍ଗା କୂଳରେ ଅବସ୍ଥିତ ସହରମାନଙ୍କ ମଧ୍ୟରେ ବିଜନୋର ପ୍ରଥମ ସ୍ଥାନରେ ରହିଥିବା ବେଳେ ଯଥାକ୍ରମେ କନ୍ନୌଜ ଏବଂ ଗଡ଼ମୁକ୍ତେଶ୍ୱର ଦ୍ଵିତୀୟ ଏବଂ ତୃତୀୟରେ ରହିଛି।