ରିଲସ ପାଇଁ ବାପା ମା’ଙ୍କ ସହ ଚାଲିଗଲା ନିରୀହ ଶିଶୁର ଜୀବନ

ରିଲସ୍ ବନାଇବା ହେଲା କାଳ। ଏଭଳି ଘଟଣା ଘଟଛି ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ । ରେଲୱେ ଟ୍ରାକରେ ଦୁଇ ବର୍ଷର ନିରୀହ ପିଲା ସହିତ ରିଲସ୍ ତିଆରି କରୁଥିଲେ ସ୍ୱାମୀ ଓ ସ୍ତ୍ରୀ । ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳ ଧାରଣାରୁ ତିନିଜଣଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ ।ଖବର ମୁତାବକ, ମୃତକଙ୍କ ମଧ୍ୟରେ ରହିଛନ୍ତି ୩୦ ବର୍ଷିୟ ମହମ୍ମଦ, ୨୪ ବର୍ଷିୟା ପତ୍ନୀ ନଜମିନ ଏବଂ ୨ ବର୍ଷର ନିରୀହ ଶିଶୁ ଆକ୍ରାମ । ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଏକ ମେଳାରେ ବୁଲିବା ପରେ ସମସ୍ତେ ଟ୍ରେନ୍ ଧରିବା ପାଇଁ ତେଲ ରେଳ ଷ୍ଟେସନକୁ ଆସିଥିଲେ। ଏହି ସମୟରେ ରେଳ ଧାରଣାରେ ନିର୍ମିତ ବ୍ରିଜ୍ ନିକଟରେ ରିଲସ୍ ତିଆରି କରୁଥିଲେ । ଠିକ୍ ସେହି ସମୟରେ ଦୃତ୍ତଗାମୀ ଟ୍ରେନ୍ ଏହି ତିନିଜଣଙ୍କୁ ଧକ୍କା ଦେଇଥିଲା । କିଛି ବୁଝିବା ପୂର୍ବରୁ ରେଳ ଧାରଣା ରକ୍ତାକ୍ତ ହୋଇସାରିଥିଲା

Related Articles

Back to top button