ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଉପକୁଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ଅପରାହ୍ନ ସମୟରେ ଅଗ୍ନୀ-୫ର ପରୀକ୍ଷା କରାଯାଇଛି । ଅଗ୍ନୀ-୫ର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୫୫୦୦ କିଲୋମିଟର ରହିଛି। ଏହା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ମଧ୍ୟ ରଖିଛି । ଭାରତୀୟ ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ଏହା ପରୀକ୍ଷା କରାଯାଇଛି ।

ସୂଚନାନୁସାରେ, ପରୀକ୍ଷା ପୂର୍ବରୁ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରି ବଙ୍ଗୋପସାଗରକୁ ନୋ ଫ୍ଲାଏ ଜୋନ୍ ବୋଲି ଘୋଷଣା କରିଥିଲେ। ତେବେ ୪ ନମ୍ବର ଲାଞ୍ଚପ୍ୟାଡ଼ରୁ ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି।

ଭାରତ ଦୀର୍ଘ ଦିନ ଧରି ଅଗ୍ନି- ୫ ପରୀକ୍ଷା କରିବାକୁ ଯୋଜନା କରିଆସୁଥିଲା, କାରଣ ଏହା ଭାରତ ଦ୍ୱାରା ବିକଶିତ ମଧ୍ୟମ ଏବଂ ଦୂର ଦୂରଗାମୀ ପରମାଣୁ ସକ୍ଷମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପଞ୍ଚମ ସଂସ୍କରଣ ହେବ । ଏହି କ୍ଷେପଣାସ୍ତ୍ର ପ୍ରଥମେ ୨୦୧୨ ରେ ପରୀକ୍ଷଣ କରାଯାଇଥିଲା, ପରବର୍ତ୍ତୀ ସମୟରେ ୨୦୧୩, ୨୦୧୫, ୨୦୧୬, ୨୦୧୮ ଏବଂ ୨୦୨୧ ରେ ପରୀକ୍ଷା କରାଯାଇଥିଲା । ଏହି କ୍ଷେପଣାସ୍ତ୍ରର ଏକ ବୁଡ଼ାଜାହାଜ ମାଧ୍ୟମରେ ଉତକ୍ଷେପଣ କରିବାର କ୍ଷମତା ମଧ୍ୟ ରହିଛି ।

Related Articles

Back to top button