ରେଲଓ୍ୱେ ନିଯୁକ୍ତି ଘୋଟାଲା: ଅକ୍ଚୋବର ୧୮ରେ ହାଜର ହେବାକୁ ତେଜସ୍ୱୀଙ୍କୁ ସମନ

ନୂଆଦିଲ୍ଲୀ: ଆଇଆରସିଟିସି ସ୍କାମରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବେ। ଏଥିପାଇଁ ଦିଲ୍ଲୀର ଏକ କୋର୍ଟ ସମନ କରି ହାଜର ହେବାକୁ କହିଛନ୍ତି। ଏହି ଦୁର୍ନୀତି ମାମଲାରେ ତେଜସ୍ୱୀ ଜାମିନରେ ଅଛନ୍ତି। ନିକଟରେ ସେ ସିବିଆଇକୁ ଧମକ ଦେଇଥିଲେ। ଏହାପରେ ସିବିଆଇ ତେଜସ୍ୱୀ ଯାଦବଙ୍କ ଜାମିନ୍ ଖାରଜ କରିବାକୁ ଦାବି କରିବାକୁ କୋର୍ଟରେ ଦାବି କରିଛି।

ବୁଧବାର ଦିଲ୍ଲୀର ସ୍ଥାନୀୟ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮ରେ ହେବ ବୋଲି ଜଣାପଡିଛି। ଏହି ତାରିଖରେ ତେଜସ୍ୱୀ ଯାଦବଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ପଡ଼ିବ।

ନିକଟରେ ବିହାରରେ ସରକାର ବଦଳିଛି। ଜେଡିୟୁ ବିଜେପିକୁ ବାଏ ବାଏ କହି ଆରଜେଡି ସହିତ ମେଣ୍ଟ କରି ସରକାର ଗଢିଛି। ସରକାର ଗଢିବାର କିଛି ଦିନ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ରେଡ୍ କରିଥିଲା। ଏହାପରେ ପ୍ରେସମିଟ୍ କରି ତେଜସ୍ୱୀ କହିଥିଲେ ଯେଉଁମାନେ ତଦନ୍ତ କରୁଛନ୍ତି ସେମାନେ କଣ ସମାନ ଚାକିରିରେ ସୁବ ଦିନ ରହିବେ, ତାଙ୍କର କଣ କାହାରି ପରିବାର ନାହିଁ
। ଯାହାକୁ ସିବିଆଇ ଗୁରୁତର ସହ ନେଇ ଜାମିନ ଆବେଦନ ଖାରଜ କରିବାକୁ କୋର୍ଟରେ ଯୁକ୍ତ ରଖିଛି।

ଏହି ମାମଲାରୋ କୋର୍ଟ ତେଜସ୍ବୀଙ୍କୁ ଜବାବ ତଲବ କରିଛନ୍ତି। ସିବିଆଇର ଆବେଦନ ଅନୁଯାୟୀ କାହିଁକି ସେ ଧମକ ଦେଇଥିଲେ ତାର ଉତ୍ତର ରଖିବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ।

ଏଥିସହିତ ଏହି ମାମଲାରେ ଛନ୍ଦି ହୋଇଥିବା ତେଜସ୍ୱୀଙ୍କ ବାପା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ଅନୁମତି ଦେଇଛନ୍ତି।

Related Articles

Back to top button