ଟ୍ରେନରେ ମିଳିବ ସ୍ବାଦିଷ୍ଟ ଖାଦ୍ୟ, ମେନ୍ୟୁରେ ପରିବର୍ତ୍ତନ କରିବ ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ଏବେ ଯାତ୍ରୀଙ୍କୁ ଆହୁରି ଅଧିକ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ ମିଳିବ। ଏହା ସହ ଏବେ ଟ୍ରେନର ମେନ୍ୟୁରେ ଅଧିକ ଆଞ୍ଚଳିକ ଖାଦ୍ୟ ମଧ୍ୟ ମିଳିବ। ରେଲଓ୍ବେ ବୋର୍ଡ ଆଇଆରସିଟିସିକୁ ଟ୍ରେନ୍ ମେନ୍ୟୁରେ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେଇଛି। ଆଇଆରସିଟିସି ଏବେ ସ୍ଥାନୀୟ ଏବଂ ଆଞ୍ଚଳିକ ବ୍ୟଞ୍ଜନ ସହ ମଧୁମେହ ରୋଗୀ, ଶିଶୁ ଏବଂ ଅନ୍ୟ ଯାତ୍ରୀଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ମେନ୍ୟୁରେ ଖାଦ୍ୟ ସାମଗ୍ରୀ ସାମିଲ କରିପାରିବେ।

ରେଳ ମନ୍ତ୍ରାଳୟର କହିବା ଅନୁଯାୟୀ ଏମିତି କରିବାର ଉଦ୍ଦେଶ୍ୟ ଟ୍ରେନରେ ଖାଦ୍ୟପେୟ ସେବାରେ ସୁଧାର ଆଣିବା ଏବଂ ଯାତ୍ରୀଙ୍କୁ ଅଧିକ ବିକଳ୍ପ ଯୋଗାଇବା। ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏଭଳି ପଦକ୍ଷେପ ଦ୍ବାରା ଆଞ୍ଚଳିକ, ମୌସୁମୀ ଏବଂ ପାର୍ବଣ ସିଜିନ୍‌ର ଖାଦ୍ୟ ବି ମିଳିପାରିବ। ମନ୍ତ୍ରାଳୟ କହିଛି ଯେ ଆଇଆରସିଟିସି ମେନ୍ୟୁରେ ପରିବର୍ତ୍ତିନ କରିଥିଲେବି ଖାଦ୍ୟର ଗୁଣବତ୍ତାରେ କୌଣସି ସାଲିସ୍ କରାଯିବନି।

ଯେଉଁ ପ୍ରିପେଡ ଟ୍ରେନର ଯାତ୍ରୀଙ୍କ ଟ୍ରେନ ଭଡ଼ା ସହ ଖାଦ୍ୟ ଶୁଳ୍କ ସାମିଲ ରହିଛି, ସେମାନଙ୍କ ପାଇଁ ପୂର୍ବରୁ ନିର୍ଦ୍ଦାରିତ ଟାରିଫ୍ ଭିତରେ ହିଁ ଆଇଆରସିଟିସି ଦ୍ବାରା ମେନ୍ୟୁ ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ, ଏହି ପ୍ରିପେଡ ଟ୍ରେନରେ ଟ୍ରେନରେ ଆପଣ ଅତିରିକ୍ତ ଖାଦ୍ୟ ମଧ୍ୟ ଦେୟ ଦେଇ ଖାଇପାରିବେ।

ଅନ୍ୟ ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ପାଇଁ, ବଜେଟରେ ମେନ୍ୟୁ ଆଇଆରସିଟିସି ଦ୍ବାରା ପୂର୍ବରୁ ନିର୍ଦ୍ଧାରିତ ଦର ମଧ୍ୟରେ ଖାଦ୍ୟ ମିଳିବ। ଜନତା ଭୋଜନରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜନତା ଭୋଜନରେ ପୁଡ଼ିଂ, ତରକାରୀ, ଆଚାର, ଏବଂ ଚା’ ରହିଥାଏ। ମେଏ/ଏକ୍ସପ୍ରେସ ଟ୍ରେନରେ ଆ-ଲା-କାର୍ଟେ ମଧ୍ୟ ନିର୍ଦ୍ଦାରିତ ଖାଦ୍ୟ ମଗାଇପାରିବେ।

Related Articles

Back to top button