ସାରା ଦେଶରେ ଓଡିଆ ଫିଲ୍ମ ‘ଦମନ’ର କାହାଣୀକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଓଡିଆ ଫିଲ୍ମ ଦମନ ରିଲିଜ ହେବା ପରଠାରୁ ଏହା ସାରା ଦେଶରେ ରାଜ କରୁଛି । ଅନେକ ଦର୍ଶକ ଏହି ଫିଲ୍ମର କାହାଣୀକୁ ଭଲ ପାଉଥିବା ବେଳେ ଏହା ଓଡିଆ ଚଳଚ୍ଚିତ୍ର ରୂପରେଖକୁ ବଦଳାଇ ଦେଇଛି । ଏଥିସହିତ ଏହା ବର୍ତ୍ତମାନ ସାରା ଦେଶରେ ନିଜର କମାଲ ଦେଖାଉଛି । ଫଳରେ ଏହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯାୟୀ ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନ ରାଜ୍ୟବାହାରେ ରିଲିଜ ହେବା ପରଠାରୁ ଏହାକୁ ନେଇ ଜାତିୟ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ବଡବଡ ବ୍ୟକ୍ତିତ୍ୱମାନେ ଏହି ଫୁଲ୍ମର କାହାଣୀକୁ ଖୁବ ପ୍ରଶଂସା କରୁଛନ୍ତି । ତେବେ ନିକଟରେ ଭାରତ ବର୍ଷର ବିଶିଷ୍ଟ ଚଳଚ୍ଚିତ୍ର ଅବିନେତା କମଲ ହାସନ୍, ସିନେ ନିର୍ମାତା ଏସ୍.ଏସ୍. ରାଜମୌଲୀ,ଏବଂ ଅନ୍ୟମାନେ ମଧ୍ୟ ଏହି ଫୁଲ୍ମକୁ ନେଇ ଚର୍ଚ୍ଚା କରୁଥିବା ଜଣାପଡିଛି । ଯାହାର ଭିଡିଓ ଓଡିଆ ଚଳଚିତ୍ରର ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

ତେବେ ଏହି ଭିଡିଓରେ ଭାରତର ବିଶିଷ୍ଟ କଳାକାର ମାନେ ସିନେମାର ନାଁ ନନେଇ କାହାଣୀ ବିଷୟରେ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା କହିଛନ୍ତି ଯେ, ଓଡିଆରେ ଏକ ସିନେମା ଆସିଛି , ଯାହାର ନାଁ ଭୁଲିଯାଇଛି । କିନ୍ତୁ ମୁଁ ଶୁଣିବାକୁ ପାଇଛି ସେହି ଫିଲ୍ମକୁ ନେଇ ଢେର ସାରା ଚର୍ଚ୍ଚା ଏବଂ ଆଲୋଚନା ହେଉଛି । ତେବେ ଏପରି ଖବର ଓଡିଆ ସିନେ ପ୍ରେମୀଙ୍କ ମନରେ ଏକ ଖୁସିର ଲହରୀ ଖେଳାଇ ଦେଇଛି । କିନ୍ତୁ ଫିଲ୍ମର ନାଁ ନନେବାରୁ ସେମାନେ ଟିକେ ନିରାଶ ହୋଇଥିବା ଜଣା ପଡିଛି ।

ଅନ୍ୟପକ୍ଷେ ଫିଲ୍ମ ଦମନ ଏବଂ ପ୍ରତୀକ୍ଷା ରିଲିଜ ପରଠାରୁ ଓଡିଆ ଚଳଚ୍ଚିତ୍ରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଛି । ଏଥିସହିତଦର୍ଶକ ପୁଣି ଥରେ ଓଡିଆ ଚଳଚ୍ଚିତ୍ରକୁ ଭଲପାଇବା ଆରମ୍ଭ କରିଛନ୍ତି । ତେବେ ଏହିପରି ବାସ୍ତବ ଧର୍ମୀ ଚଳଚ୍ଚିତ୍ର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପୁନରୁଦ୍ଧାର କରିପାରିବ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button