ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହ ଭାରତବାସୀଙ୍କ ପ୍ରତି ସମର୍ଥନ ରହିବ କହିଲେ ନେତାନ୍ୟାହୁ

ପାକିସ୍ତାନର ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅବଗତ କରିଛି ଭାରତ । ଜର୍ମାନୀ, ଜାପାନ୍, ପୋଲାଣ୍ଡ, ୟୁକେ, ରୁଷିଆ ରାଷ୍ଟ୍ରଦୂତଙ୍କୁ ଘଟଣା ବାବଦରେ ଜଣାଯାଇଛି । ବୈଦେଶିକ ମନ୍ତ୍ରାଳୟକୁ ଡକାଇ ସ୍ଥିତି ସମ୍ପର୍କରେ ଅବଗତ କରିଛି ଭାରତ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ପହଲଗାମ ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହ ଭାରତବାସୀଙ୍କ ପ୍ରତି ସମର୍ଥନ ରହିବ ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି ।

ଅନ୍ୟପଟେ, ଆଜି ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ଜାମ୍ମୁ-କାଶ୍ମୀରରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଓମର । ପହଲଗାମ୍‌ରେ ଆତଙ୍କୀଙ୍କ କାର୍ଯ୍ୟ ଅମାନବୀୟ ଓ ବର୍ବର ବୋଲି କହିଛନ୍ତି । କାଶ୍ମୀରରେ ଶାନ୍ତି ଭଙ୍ଗ ପାଇଁ ଆତଙ୍କବାଦୀ ଉଦ୍ୟମ କରିଛନ୍ତି । ସବୁ ରାଜ୍ୟକୁ ଶାନ୍ତି ବଜାୟ ରଖିବାକୁ ମୋର ନିବେଦନ ବୋଲି ଓମାର କହିଛନ୍ତି ।ପହଲଗାମ୍ ଆତଙ୍କୀ ହମ୍‌ଲାକୁ ନେଇ ଆଜି ଦିଲ୍ଲୀ ସଂସଦ ଭବନରେ ସର୍ବଦଳୀୟ ବୈଠକ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, AICC ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟାନ୍ୟ ଦଳର ସଦସ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।

Related Articles

Back to top button